୨୦୨୩ ରୁ ମେଡିକାଲ କଲେଜରେ ହେବ ନାମ ଲେଖା

ଅନୁଗୁଳ – ଆଗାମୀ ଏକାଡେମିକ ବର୍ଷରୁ ତାଳଚେର ମେଡିକାଲ କଲେଜ ପାଇଁ ନାମଲେଖା ଆରମ୍ଭ କରାଯିବ । ଆଜି ଓଡ଼ିଶା ସରକାରଙ୍କ ମୂଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତାଳଚେର ମେଡିକାଲ କଲେଜ ଚାଲିବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଗାମୀ ଏକାଡେମିକ ବର୍ଷରୁ ତାଳଚେର ମେଡିକାଲ କଲେଜରେ ନାମ ଲେଖା ଆରମ୍ଭ ହେବ ବୋଲି ଆଶା କରାଯାଇଛି ଉକ୍ତ ବୈଠକରେ ସ୍ବାସ୍ଥ୍ୟ/ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ନବ କିଶୋର ଦାସ,ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମଲ୍ଲିକ, ଢେଙ୍କାନାଳ ସାଂସଦ ମହେଶ ସାହୁ , ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ , ରାଜ୍ୟ ସ୍ବାସ୍ଥ୍ୟ ସଚିବ ଓଡିଶା , ରାଜ୍ୟ ବିକାଶ ସଚିବ ଓଡିଶା , ଏମସିଏଲର ଉଚ୍ଚ ପଦାଧିକାରୀ  ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଡ଼ିଏମଇଟିର ପଦାଧିକାରୀ ଉପସ୍ଥିତ ଥିଲେ । ବୈଠକରେ ଏମସିଏଲ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ସହିତ ଯଥାଶୀଘ୍ର ଏମୟୁ କରିବାକୁ ଆଲୋଚନା କରା ଯାଇଥିଲା । ଏହା ସହ ଆସନ୍ତା ୨୦୨୩ ନୂତନ ଶିକ୍ଷା ବର୍ଷରେ ମେଡ଼ିକାଲ କଲେଜରେ ନାମ ଲେଖା ସହ ପାଠ ପଢିବା ପ୍ରକ୍ରିୟା ଆରମ୍ଭ ହେବା ପାଇଁ ଆଲୋଚନା କରା ଯାଇଥିଲା ଏହା ସହିତ ୬ ମାସ ମଧ୍ୟରେ ତାଳଚେର ମେଡିକାଲ କଲେଜରେ ପ୍ରଥମେ ଚିକିତ୍ସା ଆରମ୍ଭ କରାଯିବ ବୋଲି ମଧ୍ୟ ଆଲୋଚନା ହୋଇଛି । ଆସନ୍ତାକାଲି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ତାଳଚେର ମେଡ଼ିକାଲ କଲେଜର କୋଠା ଏବଂ ଏହାର ଆନୁସଙ୍ଗିକ କାର୍ଯ୍ୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

What’s your Reaction?
+1
1
+1
0
+1
0
+1
0
+1
6
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored