ଖଗେଶ୍ୱର ବେହେରା ବିଜେଡ଼ି ଛାଡିଲେ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡି ଛାଡିଛନ୍ତି । ସେ ଏ ନେଇ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ ତାଙ୍କ ପାଖରେ ସବୁ ପ୍ରକାର ଗୁଣ , କ୍ଷମତା ଓ ସାମର୍ଥ ଥିବା ସତ୍ୱେ ତାଙ୍କୁ କୌଣସି ସୁଯୋଗ ଦିଆଗଲା ନାହିଁ । ଜନସେବା କରିବା ପାଇଁ ଦଳ ତାଙ୍କୁ ଉପଯୁକ୍ତ ପ୍ଲାଟଫର୍ମ ଦେଲା ନାହିଁ । ଏଥିପାଇଁ ସେ ଦଳ ଛାଡିଥିବା ଲେଖିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଖଗେଶ୍ୱର ବେହେରା ପ୍ରଶାସନିକ ସେବାରୁ ଅବସର ଗ୍ରହଣ କରିବା ପରେ ୨୦୦୯ ମସିହାରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

 

What’s your Reaction?
+1
0
+1
0
+1
3
+1
0
+1
2
+1
1
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored