ମୁଖ୍ୟ ଖବର ୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର Angul OnlineJanuary 26, 2024January 26, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ମୂଷlପlପୁଲି ଗାଁ ର ବାଙ୍କନିଧି ପ୍ରଧାନଙ୍କ ବଗିଚାରେ ଥିବା କୂଅରୁ ଶୁକ୍ରବାର ଏକ ୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର ହୋଇଛି । ସୁଚନା ଅନୁସାରେ ବାଙ୍କନିଧି ଆଜି ସକାଳେ ବଗିଚାକୁ କାମ କରିବାକୁ ଯାଇଥିବା ବେଳେ କୁଅ ଭିତରେ ଏକ ଅଜଗର ସାପ ବୁଲୁଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ସେ ସର୍ପମିତ୍ର ଆଦିତ୍ୟ ବେହେରା ଓ ସାଥୀ ବିଜୁ ଭୋଇଙ୍କୁ ଖବର ଦେଇଥିଲେ ।ସର୍ପମିତ୍ର ଆଦିତ୍ୟ ବେହେରା ଘଟଣା ସ୍ଥଳରେ ପହଞ୍ଚି ଗାଁ ଲୋକଙ୍କ ସହାୟତାରେ କୂଅ ଭିତରୁ ସାପକୁ ଉଦ୍ଧାର କରିଥିଲେ । ପରେ ସାପକୁ ସୁରକ୍ଷିତ ଭାବେ ଫରେଷ୍ଟର ଗତିକୃଷ୍ଣ ବେହେରାଙ୍କ ଉପସ୍ଥିତିରେ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆ ଯାଇଥିଲl । Advertisement
ଅଟୋକୁ ଧକ୍କା ଦେଲା ଟ୍ରକ – ୨ ମହିଳା ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥ ମରାତିରା ଗଣ୍ଡିମୁଣ୍ଡା ନିକଟରେ ବିଳମ୍ବିତ ରାତିରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଦୁଇଜଣ…
ପଇଡ ପଡି ଶିଶୁ କନ୍ୟା ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ହେମାମୁରା ଗାଁରେ ଅଘଟଣ । ମୁଣ୍ଡରେ ପଇଡ ପଡି ୭ ମାସର ଶିଶୁକନ୍ୟା ମୃତ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା…
ବଦଳିଲେ ଡିଆଇଜି ସାର୍ଥକ ଷଡଙ୍ଗୀ ଅନୁଗୁଳ – ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ସାର୍ଥକ ଷଡଙ୍ଗୀଙ୍କ ବଦଳି ହୋଇଛି । ଗୃହ ବିଭାଗର ଚିଠି ଅନୁସାରେ ଉତ୍ତର-କେନ୍ଦ୍ରାଞ୍ଚଳ ଡ଼ିଆଇଜି ତଥା ଅନୁଗୁଳ ପୋଲିସ ଟ୍ରେନିଂ ସେଣ୍ଟରରୁ…