ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ଶବ ପରୀକ୍ଷଣ ଉପକରଣ ପ୍ରଦାନ କଲେ ତାଳଚେର ବିଧାୟକ ବ୍ରଜ କିଶୋର

ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ପରୀକ୍ଷଣ ଉପକରଣ ଯୋଗାଇଲେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ । ତାଳଚେର ବିଧାୟକଙ୍କ ଦ୍ୱାରା ସାଧାରଣତନ୍ତ୍ର ଦିବସରେ ଆଜି ଏଥିପାଇଁ ସାହାଯ୍ୟ ଓ ସହଯୋଗ ନାମରେ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଛି । ପ୍ରତ୍ୟେକଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ହେଉଥିବା ବେଳେ ପଲିଥିନ , ଧୋତି , ପ୍ଲାଷ୍ଟିକ ଡବା କିମ୍ବା କପଡା ପାଇଁ ଲୋକ ହଇରାଣ ହେଉଥିଲେ । ବେଳେ ବେଳେ ରାତି ଅଧିଆ ଦୋକାନୀ ମାନଙ୍କୁ ନେହୁରା ହୋଇ ଏ ସବୁ ଜିନିଷ କିଣିବାକୁ ପଡୁଥିଲା ।ଏହାକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟ ସରକାରଙ୍କ ରୋଗୀ ଓ ସମ୍ପର୍କୀୟଙ୍କ ଜିରୋ ଏକ୍ସପେଣ୍ଡିଚର ଲକ୍ଷ ରଖି ବିଧାୟକ ବ୍ରଜ କିଶୋର ପ୍ରଧାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି କିଟ ରହିବା ବ୍ୟବସ୍ଥା କରିଛନ୍ତି । ଆଗକୁ ଜିଲ୍ଲାର ଅନ୍ୟ ଡାକ୍ତରଖାନାକୁ ମଧ୍ୟ ଏହି କିଟ ଯୋଗାଇ ଦିଆଯିବ ବୋଲି ବିଧାୟକ କହିଛନ୍ତି । ଆଜି ଏହି କାର୍ଯ୍ଯକ୍ରମର ଉଦଘାଟନ ବେଳେ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକରୀ ଡା. ଶିବାନନ୍ଦ ମହାନ୍ତୀ , ବରିଷ୍ଠ ଫାର୍ମାସିଷ୍ଟ  ଅକ୍ଷୟ ବିଶ୍ୱାଳ , ମେଡିକାଲ ମ୍ଯାନେଜର ଦିପକ ନାୟକ ଓ ସୋମ୍ଯାଶ୍ରୀ ପ୍ରଧାନ , ସାମାଜିକ କର୍ମୀ ପ୍ରତାପ ମହାପାତ୍ର ଏବଂ ଚନ୍ଦ୍ରାକାନ୍ତ ପ୍ରଧାନ ଆଦି ଉପସ୍ଥିତ ଥିଲେ ।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored

Leave a Reply

Conect on Social Media