କେଜିଏରୁ ଅଧିକ ବ୍ରାଉନ୍ସୁଗାର ଜବତ – ଦୁଇ ଆନ୍ତରାଜ୍ୟ ବେପାରୀ ଗିରଫ

ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରୁ ୧.୧ କେଜି ବ୍ରାଉନସୁଗାର ଜବତ କଲା ଭୁବନେଶ୍ୱର ଏସ୍ ଟି ଏଫ । ଗତକାଲି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସ୍ ଟି ଏଫ ତାଳଚେର ଅଞ୍ଚଳରେ ଚଢ଼ାଉ କରି ଏହି ଘଟଣାରେ ୱେଷ୍ଟବେଙ୍ଗଲର ରାକିବୁଲ ଶେଖ ଓ ତାଳଚେର ତ୍ରିନାଥ କଲୋନୀର ବିଜୟ ବିରବର୍ମାଙ୍କୁ ଗିରଫ କରା ଯାଇଛି । ସୂଚନା ଅନୁସାରେ ଏହି ଦୁଇ ଆନ୍ତରାଜ୍ୟ ବ୍ରାଉନସୁଗାର ବେପାରୀ ତାଳଚେର ଅଞ୍ଚଳରେ ବ୍ରାଉନସୁଗାର ବେପାର ଉଦ୍ୟେଶରେ ରହିଥିବା ଏସ୍ ଟା ଏଫ ଖବର ପାଇଥିଲା । ଖବର ପାଇ ଏସ୍ ଟି ଏଫ ଟିମ ତାଳଚେରରେ ଚଢ଼ାଉ କରି ଉଭୟଙ୍କୁ ଅଟକ ରଖି ଜାଞ୍ଚ କରିଥିଲା । ଜାଞ୍ଚ ବେଳେ ସେମାନଙ୍କ ନିକଟରୁ ୧ କେଜି ୧୨୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ସେମାନେ ଏହି ବ୍ରାଉନସୁଗାରକୁ ୱେଷ୍ଟବେଙ୍ଗଲର ମୁର୍ସିଦାବାଦ ଅଞ୍ଚଳରୁ ଆଣି ତାଳଚେର ଅଞ୍ଚଳରେ ବେପାର କରୁଥିବା ଜଣା ପଡ଼ିଛି । ଉଭୟଙ୍କୁ ବ୍ରାଉନସୁଗାର ବେପାର ଅଭିଯୋଗରେ ଗିରଫ କରି ତାଳଚେର କୋର୍ଟକୁ ଚାଲାଣ କରାଯାଇଛି ।

What’s your Reaction?
+1
1
+1
0
+1
0
+1
0
+1
3
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored