ଲାଞ୍ଚ ନେଇ ଚାକିରୀରୁ ବହିସ୍କୃତ ହେଲେ କନିଷ୍ଠ କିରାଣୀ

ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଜୁନିଅର ରେଭନ୍ୟୁ ଆସିଷ୍ଟାଣ୍ଡ ପଙ୍କଜିନି ବିଶ୍ୱାଳ ଚାକିରୀରୁ ବହିସ୍କୃତ ହୋଇଛନ୍ତି । ୨୦୨୩ ମସିହା ମେ ୧୨ ତାରିଖରେ ଲାଞ୍ଚ ନେବା ମାମଲାରେ ଅନୁଗୁଳ ଭିଜିଲାନ୍ସ କୋର୍ଟରେ ସେ ଦୋଷୀ ସାବସ୍ତ୍ୟ ହୋଇଥିଲେ । ପଙ୍କଜିନି ୨୦୧୭ ମସିହାରେ ଅନୁଗୁଳ ତହସିଲ ଅଫିସରେ କାର୍ଯ୍ୟରତ ଥିବା ବେଳେ ଜମି ପଟା ମ୍ୟୁଟେସନ କରିବା ପାଇଁ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ମାନ୍ୟବର କୋର୍ଟ ତାଙ୍କୁ ୩ ବର୍ଷ କାରାଦଣ୍ଡ ସହ ୫ ହାଜର ଟଙ୍କା ଜୋରିମାନା କରିଥିଲେ । ଜୋରିମନା ଅନାଦେୟ ଆଉ ୨ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ନିର୍ଦେଶରେ ଉଲ୍ଲେଖ ରହିଥିଲା । ଏହି ମାମଲାରେ ସେ ଦଣ୍ଡିତ ହେବା ପରେ ରାଜ୍ୟ ସରକାର ତାଙ୍କୁ ଚାକିରୀରୁ ବହିସ୍କୃତ କରିଛନ୍ତି । ଏ ନେଇ ଅନୁଗୁଳ ଜିଲାପାଳଙ୍କୁ ମଧ୍ୟ ଅବଗତ କରା ଯାଇଛି ବୋଲି ଭିଜିଲାନ୍ସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ଜଣା ଯାଇଛି ।

What’s your Reaction?
+1
0
+1
1
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored