ଟ୍ରକ ଲୁଟ ଉଦ୍ୟମ ବେଳେ ୫ ଡକାୟତଙ୍କୁ ଗିରଫ କଲା ପୁଲିସ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୋଲିସ ଦ୍ଵାରା ୫ ଆନ୍ତଜିଲ୍ଲା ଲୁଟେରା ଗିରଫ । ଜାତୀୟ ରାଜପଥ ୧୪୯ ସନ୍ଥପଡା ନିକଟରେ ୯ ଜଣ ଯୁବକ ମାରଣାସ୍ତ୍ର ଧରି ଟ୍ରକ ଗୁଡ଼ିକୁ ଅଟକାଇ ଲୁଟ ଯୋଜନା କରୁଥିବା ବେଳେ ଖବର ପାଇ ତାଳଚେର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ୫ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ବାକି ୪ ଜଣ ଲୁଟେରା ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଗିରଫ ୫ ଜଣଙ୍କ ପାଖରୁ ବିଭିନ୍ନ ମାରଣାସ୍ତ୍ର ସହ ଏକ ବନ୍ଧୁକ ଜବତ ହୋଇଛି । ଲୁଟେରା ମାନେ ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଅଞ୍ଚଳର ପିଙ୍କୁ ନାଏକ , ବିମଳ ନାଏକ , ବଂଶୀଧର ନାଏକ , ତାଳଚେର ଥର୍ମାଲ ଜଗନ୍ନାଥପୁର ଅଞ୍ଚଳର ବିଶ୍ୱଜିତ୍ ନାଏକ , ତାଳଚେର ଡେରା ଅଞ୍ଚଳର ଅମରେଶ ନାଏକ , ଅଭିମନ୍ୟୁ ନାଏକ , ବଅଁରପାଳ ଅଞ୍ଚଳର ଦିଲୁ ନାଏକ ଏବଂ ଢେଙ୍କାନାଳ ପରଜଙ୍ଗ ଅଞ୍ଚଳର ଚନ୍ଦନ ନାଏକ ଏବଂ ସରୋଜ ନାଏକ ବୋଲି ତାଳଚେର ପୁଲିସ ସୂଚନା ଦେଇଛି ।

What’s your Reaction?
+1
1
+1
1
+1
1
+1
1
+1
3
+1
0
+1
1

Share:

Share on facebook
Share on twitter
Share on whatsapp
Share on telegram

Sponsored