ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ

ଅନୁଗୁଳ – ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡ । ୧୫/୦୨/୧୫ ମସିହାରେ ଅନୁଗୁଳ ଶାବଳଭଙ୍ଗା ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିଲା । ସ୍ତ୍ରୀ ରଶ୍ମିତା ବିଶ୍ୱାଳକୁ ତଣ୍ଟି ଚିପି ହତ୍ୟା କରିଥିଲା ସ୍ୱାମୀ ବାବୁଲାଲ ବିଶ୍ୱାଳ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଶାବଳଭଙ୍ଗା ଗାଁର ସ୍ଵର୍ଗତ ରମେଶ ସାହୁ ଓ ନିଦ୍ରା ସାହୁଙ୍କ ଝିଅ ରଶ୍ମିତାଙ୍କ ତୁମୁଣି ଗାଁର ବାବୁଲାଲ ବିଶ୍ଵାଳଙ୍କ ସହ ବୈଦିକ ରୀତିରେ ବାହାଘର ହୋଇଥିଲା । ବାହାଘର ପରେ ବାବୁଲାଲ ଶଶୁର ଘରେ ଘରଜ୍ଵାଇଁ ଭାବରେ ରହୁଥିଲେ । ତେବେ ବାହାଘର ପରଠାରୁ ବାବୁଲାଲ ବିଭିନ୍ନକାରଣ ଦର୍ଶାଇ ରଶ୍ମିତାକୁ ମାଡପିଟ କରିଥିଲା ।ବାରମ୍ବାର  ଏଭଳି  ଘଟିବା ଯୋଗୁଁ  ନିଦ୍ରା ଗାଁ ରେ ଅଭିଯୋଗ କରିଥିଲେ । ଗ୍ରାମସଭାରେ ବାବୁଲାଲ କ୍ଷମା ମାଗି ଆଉ ଏଭଳି କରିବ ନାହିଁ କହିଥିଲା । ହେଲେ ପୁଣି ପରବର୍ତ୍ତୀ ସମୟରେ ବାବୁଲାଲ ସ୍ତ୍ରୀ ରଶ୍ମିତାକୁ ମାଡପିଟ କରିବା ସହ ଶାଶୁ ନିଦ୍ରାଙ୍କୁ ମଧ୍ୟ ମାଡପିଟ କରି ଘରୁ ତଡି ଦେଇଥିଲା । ଭୟରେ ନିଦ୍ରା ଘର ଛାଡି ନିଜ ବାପ ଘରେ ରହୁଥିଲେ । ତେବେ ୧୫/୦୨/୨୦୧୫ ଦିନ ନିଦ୍ରା ଖବର ପାଇଥିଲେ ଯେ ତାଙ୍କ ଝିଅ ରଶ୍ମିତାଙ୍କ ମୃତଦେହ ଘରଠାରୁ ୨୦୦ ମିଟର ଦୂର ଏକ ପଡିଆରେ ପଡିଛି । ସେ ସେଠାରେ ପହଞ୍ଚି ତାଙ୍କ ଝିଅକୁ ତଣ୍ଟି ଚିପି ହତ୍ୟା କରିବା ପରେ ସେଠାରେ ଫୋପାଡି ଦିଆ ଯାଇଥିବା ଜାଣି ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ବାବୁଲାଲକୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଥିଲା । ଏହି ମାମଲାର ଶୁଣାଣି କରି ଅନୁଗୁଳ ଅତିରିକ୍ତ ଜିଲ୍ଲା ଏବଂ ଦୌରାଜଜ ରଞ୍ଜିତା ଜୌତିଷି ବାବୁଲାଲକୁ ଆଜୀବନ କାରାଦଣ୍ଡାଦେଶ ସହ ୧୨ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ୧୪ ମାସ ଅଧିକ କାରାଦଣ୍ଡରେ ଦଣ୍ଡିତ ହେବାକୁ ଆଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସରକାରୀ ପିପି ତାପସ ରଞ୍ଜନ ମିଶ୍ର ମାମଲା ପରିଚାଳନା କରିଥିଲେ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
1

Share:

Share on facebook
Share on twitter
Share on whatsapp
Share on telegram

Sponsored