କୋଇଲା ଲୋଡିଙ୍ଗ ସମୟରେ ଜଳିଗଲା ଲୋଡର

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ କୋଇଲା ଖଣି ରୋଡ଼ସେଲ ସାଇଡିଂ ରେ କୋଇଲା ଲୋଡିଙ୍ଗ ସମୟରେ ଜଳିଗଲା ଏକ ଲୋଡର । ଲୋଡରଟି ଜଳିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହାର ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁଯାୟୀ ଆଜି ରୋଡ଼ସେଲ ସାଇଡିଂରେ କୋଇଲା ଟ୍ରକ ଗୁଡିକୁ ଲୋଡରଟି ଲୋଡ଼ କରୁଥିବା ବେଳେ ହଠାତ ଲୋଡରଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା । ଚାଳକ ଜାଣି ପାରି ଲୋଡ଼ର ଭିତରୁ ବାହାରକୁ ବାହାରି ଆସିଥିଲେ । କିଛି ସମୟ ପରେ ଏମ୍ସିଏଲର ଟ୍ୟାଙ୍କର ଓ ଅଗ୍ନିଶମ ବିଭାଗର ଗାଡି ପହଁଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଏମ୍ସିଏଲ ଲିଙ୍ଗରାଜ କ୍ଷେତ୍ରର ସୁରକ୍ଷା ବ୍ୟବସ୍ଥା ଢିଲା ଥିବା ନେଇ କର୍ମଚାରୀଙ୍କ ମଧ୍ୟରେ ଆଲୋଚନା ହେଉଥିବା ବେଳେ ଏମ୍ସିଏଲ କତ୍ତୃପକ୍ଷ ଏ ନେଇ କୌଣସି ମୁଁହ ଖୋଲୁ ନାହାନ୍ତି ।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored

Leave a Reply

Conect on Social Media