ଅନୁଗୁଳ – ଆଜିଠାରୁ ଆରମ୍ଭ ହୋଇଛି ଅନୁଗୁଳ ମହୋତ୍ସବ । ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମହୋତ୍ସବର ଉଦଘାଟନ କରିଥିବା ବେଳେ ଉଦଘାଟନ ଉତ୍ସବ ବେଳେ ଜିଲ୍ଲା ପାଇଁ ଅନେକ ଘୋଷଣା କରିଛନ୍ତି । ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଅନୁଗୁଳର ଗର୍ବ ଗୌରବ ମାଳତୀ ଚୌଧୁରୀ ଆଶ୍ରମର ପୁନଃରୁଦ୍ଧାର ପାଇଁ ଅନୁରୋଧ କରିଥିଲେ । ଏହା ସହ ଜିଲ୍ଲାପାଳ ଏହି ଅନୁଷ୍ଠାନ ପାଇଁ ୨୫ ଲକ୍ଷ ଟଙ୍କା ଅନୁଦାନ ଦେବାକୁ ଅନୁରୋଧ କରିଥିଲେ । ତେବେ ମାତ୍ର ୨୫ ଲକ୍ଷ ଟଙ୍କାରେ କଣ କାମ ହୋଇ ପାରିବ ବୋଲି ପଚାରିବା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଠାରେ ନବ ମାଳତୀ ସ୍ମୃତି ପୀଠ ନିର୍ମାଣ ପାଇଁ ଯାହା ଟଙ୍କା ଆବଶ୍ୟକ ତାହ ଦିଆଯିବ ବୋଲି ଘୋଷଣା କରିଥିଲେ । ଏହି ସ୍ମୃତି ପୀଠ ସହ ଛାତ୍ରାବାସର ଉନ୍ନତି ପାଇଁ କୋଟିଏ କି ଦୁଇ କୋଟି ଯାହା ଟଙ୍କା ଆବଶ୍ୟକ ତାହା ଦିଆଯିବ ବୋଲି କହିଥିଲେ । ଏହା ସହ ଜିଲ୍ଲାରେ ହେଉଥିବା ହାତୀ ଉପଦ୍ରବ ପାଇଁ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିବା ସହ ହାତୀକୁ ଜଙ୍ଗଲକୁ ଘଉଡାଇବା , ହାତୀ ଦାଉରୁ ଫସଲ ରକ୍ଷା ପାଇଁ ବିଭିନ୍ନ ଯୋଜନା କରା ଯାଉଥିବା କହିବା ସହ ଏକ ବଡ ଘୋଷଣା କରିଥିଲେ । ହାତୀ ଆକ୍ରମଣରେ ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ମିଳୁଥିଲା । ତେବେ ଆଗକୁ ଏହି ସହାୟତା ରାଶି ବୃଦ୍ଧି କରାଯାଇ ୧୦ ଲକ୍ଷ ଟଙ୍କା ଦିଆଯିବ ବୋଲି ଘୋଷଣା କରିଥିଲେ । ଆଜି ଏହି ଉତ୍ସବ ବେଳେ ମୁଖ୍ୟମନ୍ତ୍ରୀ ପ୍ରାୟ ୨୦୦୦ କୋଟି ଟଙ୍କା ଖରଛରେ ନିର୍ମାଣ ଅନେକ ପ୍ରକଳ୍ପର ଉଦଘାଟନ କରିବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ରାବଣ ଛାୟା , ଲଉଡି ନୃତ୍ୟ , ପାଲା ଭଳି ସଂସ୍କୃତିକୁ ଭୂୟସୀ ପ୍ରଶଂସା କରିଥିଲେ । ଜିଲ୍ଲା ଖଣି ଖାଦାନରେ ଭରାପୁର ଥିବା ବେଳେ ଜିଲ୍ଲାରେ କଳ ଖାରଖାନା ଗଢି ଉଠିଛି , ଆଉ ଆଗକୁ ମଧ୍ୟ ଆହୁରି ବଡ ବଡ କଳକାରଖାନା ନିର୍ମାଣ କରାଯିବ । ଯାହାଦ୍ୱାରା ଜିଲ୍ଲାର ବେକାରି ସମସ୍ଯା ଦୂର ହୋଇ ପାରିବା ସହ ଅନ୍ୟାନ୍ୟ ଉନ୍ନତି ହୋଇ ପାରିବ ବୋଲି କହିଥିଲେ । ୨୦୩୬ ମସିହା ସୁଦ୍ଧା ଏକ ସମୃଦ୍ଧ ଓଡିଶା ଗଠନରେ ଅନୁଗୁଳ ଜିଲ୍ଲାର ଏକ ବଡ ମହତ୍ଵ ରହିବ ବୋଲି କହିଥିଲେ । ଏହା ସହ ଏହି କାରଜ୍ୟକର୍ମା ବେଳେ ସରକାର ଆଗକୁ ଆନୁଥିବା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ବୋଲି କହିଥିଲେ । ଯେଉଁ ଗରିବ ନିସହାୟ ପରିବାର ତାଙ୍କ ଝିଅକୁ ବିବାହ କରି ପାରୁ ନଥିଲେ ସେମାନନାକ ବିବାହ ସରକାର କରିବେ ବୋଲି କହିଥିଲେ । ବାଜା ବାଣ ରୋଷଣୀ କରି ଏହି ଝିଅ ମାନଙ୍କୁ ବିବାହ ଦିଆଯିବ । ଏହା ସହ ଶ୍ରେ ଜଗନ୍ନାଥ ଦର୍ଶନ ଯୋଜନା ଜରିଆରେ ଯେଉଁମାନେ ଅର୍ଥ ଅଭାବରୁ ପୁରୀ ଯାଇ କାଳିଆ ଠାକୁରକୁ ଦର୍ଶନ କରି ପାରୁ ନାହାନ୍ତି , ସେମାନଙ୍କୁ ନିଶୁଳ୍କ ପୁରୀ ନେଇ ଠାକୁର ଦର୍ଶନ କରାଯିବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ସେ ସ୍ଟ୍ରାସ୍ୟ କ୍ଷେତ୍ରରେ ଶ୍ରୀମତା କବିତା ରାଊତ (ମହିଳା ସ୍ବାସ୍ଥ୍ୟ କର୍ମୀ), କାଂଚନ ପ୍ରଧାନ ଆଶାକର୍ମୀ, ଶ୍ରୀ ଅମ୍ବୁଜ ଗଡନାୟକ ଶିକ୍ଷକ, ଜ୍ୟୋତ୍ସ୍ନାରାଣୀ ଗଡନାୟକ ଅଙ୍ଗନାୱାଡି କର୍ମୀ, ନୁର ହୁସେନ ଖାନ୍ (ପାରା ବ୍ୟାଡମିଟନ ଖେଳାଳୀ)ଙ୍କୁ ସମ୍ବର୍ଦ୍ଧନା କରିଥିଲେ । ୨୦୨୫ ମସିହା ଅନୁଗୋଳ ମହୋତ୍ସବର ସ୍ମରଣିକାକୁ ମଧ୍ୟ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ କରିବା ପରେ ‘ ବନ୍ଦେ ଊତ୍କଳ ଜନନୀ ‘ ଗାନ କରାଯାଇଥିଲା । ଏହି ଊଦଘାଟନୀ ସମାରୋହରେ ମାନ୍ୟବର ଢେଙ୍କାନା ଶ୍ରୀ ରୁଦ୍ର ନାରାୟଣ ପାଣି , ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ଆଠମଲ୍ଲିକ ବିଧାୟକ ଶ୍ରୀ ନଳିନୀକାନ୍ତ ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ମାନ୍ୟବର ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ମାନ୍ୟବର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଅନୁଗୋଳ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ଆରକ୍ଷୀ ବାହିନୀ, ବରିଷ୍ଠ ନାଗରିକ,ବୁଦ୍ଧିଜିବୀ, ଗଣମାଧ୍ୟମର ପ୍ରତିନିଧୂ ଓ ହଜାର ହଜାର ଅନୁଗୋଳ ଜନସାଧାରଣ ଯୋଗ ଦେଇଥ୍ ଲେ । ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।