ବେଧଡକ ଚାଲିଛି ଜୁଆଖେଳ – ଭିଡିଓ ଭାଇରାଲ

ଛେଣ୍ଡିପଦା – ଖୁଲମଖୁଲା ଜୁଆ ଖେଳ ଚାଲିଛି । ବାଜିରେ ହଜାର ହଜାର ଟଙ୍କା ପଡୁଛି । ଯାହାର ଏକ ଭିଡିଓ ଭାଇରାଲ ହେଉଛି । ଆଉ ଏହି ଭିଡିଓଟି ଅନୁଗୁଳ ଜିଲ୍ଲା କୋଶଳାର ବୋଲି ଜଣା ପଡିଛି । ଦିନରାତି ପ୍ରାୟ ସବୁବେଳେ ଏଭଳି ଜୁଆଖେଳ କୋଶଳା ଗାଁ ଶିମିଳିସାହି ଅଞ୍ଚଳରେ ହେଉଥିବା କୁହା ଯାଉଛି । ନା ଆଇନକାନୁନ ଭୟ ରହିଛି ନା କାହାକୁ ଖାତିର ଅଛି । ତେବେ ଖୁଲମଖୁଲା ଏଭଳି ଜୁଆଖେଳ ଚାଲୁଥିଲେ ମଧ୍ୟ ଏ ଦିଗରେ ପୋଲିସ ପ୍ରଶାସନର ନିଷ୍କ୍ରିୟତା ସନ୍ଦେହ ସୃଷ୍ଟି କରିଛି । ବିଭିନ୍ନ ସ୍ଥାନରେ ରାତି ଦିନ ସୁବିଧା ସୁଯୋଗ ଦେଖି ଜୁଆଖେଳ ଆରମ୍ଭ ହୋଇଯାଉଛି । ବିଶେଷକରି ଦୋକାନ ଘର ପଛ ପାଖ , ଦୋକାନ ପିଣ୍ଡିରେ ଚାଲୁଛି ଏହି ଖେଳ । ଜୁଆଖେଳରେ କିଛି ଯୁବବର୍ଗ ସାମିଲ ହେଉଥିବା ଜଣାପଡିଛି । ଶୀଘ୍ର ଲାଭବାନ ହେବା ଆଶାରେ ଏହି ଖେଳ ପ୍ରତି ଆଗ୍ରହ ଦେଖାଉଛନ୍ତି ଯୁବପିଢି । ତେବେ ଗାଁ ଭିତରେ ଖୁଲମଖୁଲା ଭାବେ ଏହି ଖେଳ ଚାଲୁଥିଲେ ମଧ୍ୟ ଏ ସମ୍ପର୍କରେ ପୋଲିସ ନ ଜାଣିବା ତାହା ଚିନ୍ତାର ବିଷୟ ପାଲଟିଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored