ଅପରାଧ ଯୌତୁକ ପାଇଁ ପତ୍ନୀ ହତ୍ଯାକରୀକୁ ଦଶ ବର୍ଷ କାରାଦଣ୍ଡାଦେଶ Angul OnlineDecember 23, 2023December 23, 2023 ଅନୁଗୁଳ – ଯୌତୁକ ଦାବି କରିବା ଏବଂ ଏହି ଯୌତୁକ ପାଇଁ ପତ୍ନୀକୁ ହତ୍ଯା କରିବା ଅଭିଯୋଗରେ ଶନିବାର ଅନୁଗୁଳ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ପ୍ରଣବ କୁମାର ପାତ୍ର ମାମଲାର ଶୁଣାଣି କରି ଅଭିଯୁକ୍ତ ଜରପଡ଼ା ଥାନା ତୁବେ ଗ୍ରାମର ପ୍ରସନ୍ନ ସାହୁକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହ ୫ ହଜାର ଟଙ୍କା ଜୋରିମନା ଏବଂ ଜୋରିମନା ଅନାଦେୟ ଅଧିକ ୨ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଆଦେଶ ଦେଇଛନ୍ତି । ସୂଚନା ଅନୁସାରେ, ୨୦୦୮ ମସିହା ଅପ୍ରେଲ ୧୯ ତାରିଖ ଦିନ ଅଭିଯୁକ୍ତ ପ୍ରସନ୍ନ ଯୌତୁକ ପାଇଁ ତାଙ୍କ ସ୍ତ୍ରୀ ପରୀ କୁମାରୀ ସାହୁଙ୍କୁ ହତ୍ୟା କରିଥିବା ନେଇ ଜରପଡା ଥାନାରେ ଅଭିଯୋଗ ହୋଇଥିଲା । ପସନ୍ନ ଜରାସିଂହା ଗ୍ରାମର ଦୁର୍ଗାଚରଣ ସାହୁଙ୍କ ଝିଅ କୁମାରୀଙ୍କୁ ୨୦୦୩ ମସିହାରେ ବିବାହ କରିଥିଲେ । ବାହାଘର ସମୟରେ ଯୌତୁକ ବାବଦକୁ ୨୦ ହଜାର ଟଙ୍କା ଓ ସମସ୍ତ ଆସବାବପତ୍ର ଦିଆଯାଇଥିଲା । ମାତ୍ର ବିବାହର କିଛିଦିନ ପରେ ଅଧିକ ଯୌତୁକ ଦାବିରେ ପ୍ରସନ୍ନ ତାଙ୍କ ସ୍ତ୍ରୀ କୁମାରୀଙ୍କୁ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ । ଏପରିକି ପିଗମରା କରିବା ସହ ବାପଘରକୁ ପଠାଇ ଦେଉଥିଲେ । ତେବେ ବାପଘର ଲୋକ ବିଭିନ୍ନ ଉପାୟରେ ବୁଝାସୁଝା କରି ଝିଅଙ୍କୁ ପୁଣି ଶାଶୁଘରକୁ ପଠାଉଥିଲେ । ଅନେକ ସମୟରେ ଏଭଳି ଘଟଣା ଘଟୁଥିବା ବେଳେ ୨୦୦୮ ଅପ୍ରେଲ ୧୮ ତାରିଖ ସନ୍ଧ୍ୟାରେ ପରିବାର ଲୋକଙ୍କୁ କୁମାରୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିଲା । ବାପଘର ଲୋକ ଯାଇ ଦେଖିବା ପରେ ଯୌତୁକ ପାଇଁ ହତ୍ୟା କରାଯାଇଥିବା ନେଇ କୁମାରୀଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ମୋଟ ୧୨ ଜଣଙ୍କ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ଜିଲ୍ଲା ଓ ଦୌରାଜଜ୍ ଏହି ମାମଲାର ଶୁଣାଣି ପ୍ରସନ୍ନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜୋରିମନା ଏବଂ ଜୋରିମନା ଅନାଦେୟ ଅଧିକ ୨ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଆଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରୋସିକ୍ୟୁଟର ପ୍ରଦୀପ କୁମାର ଦାସ ଓ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ପ୍ରଦୀପ କୁମାର ଭୂତିଆ ମାମଲାର ପରିଚାଳନା କରୁଥିଲେ । Advertisement
ମଦ ପିଇବାକୁ ବଟି ନ ଦେବାରୁ ଯୁବକଙ୍କୁ ଛୁରୀ ଭୂଷି ହତ୍ୟା ଆଠମଲ୍ଲିକ – କରମା ପୂଜାରେ ଏକ ଅଘଟଣ ଘଟି ଯାଇଛି । ସୂଚନା ଅନୁସାରେ କିଶୋରନଗର ଅଞ୍ଚଳର ବରଷା ମିର୍ଦ୍ଧା (୨୫) ଏବଂ ଅନୁଗୁଳ ଅଞ୍ଚଳର ବାପୁନ…
ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା ଛେଣ୍ଡିପଦା-ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଦେଇ ଯାଇଥିବା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ସହିଦ ଅରୁଣଙ୍କ ପ୍ରତିମୂର୍ତ୍ତି ନିକଟରୁ ବନ୍ଧୁକ ଦେଖାଇ ୩୫ ହଜାର ଟଙ୍କା…
ଗାଁ ସଭାପତି ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ବଡ଼କ୍ଷେତା ଗ୍ରାମର ତିନି ବର୍ଷ ତଳେ ଗାଁ ସଭାପତିଙ୍କୁ ଛୁରୀ ଭୁସି ହତ୍ୟା ମାମଲାର ରାୟ ମଙ୍ଗଳବାର ଅତିରିକ୍ତ…