ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ତରଫରୁ ଗୁରୁବାର ୧୧ କେଜି ଗଞ୍ଜେଇସହ ୨ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ , ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅଞ୍ଚଳରୁ କିଶୋରନଗର ଓ କିଆକଟା ଦେଇ ବୌଦ୍ଧ ଜିଲ୍ଲାକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ପାଇବାପରେ ଜିଲ୍ଲା ଅବକାରୀ ବିଭାଗ ସତର୍କ ହୋଇଥିଲା । ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ସଦଳବଳ କିଶୋରନଗର ଥାନା ଅନ୍ତର୍ଗତ କଦଳିମୁଣ୍ଡାଠାରେ ୫ କେଜି ଗଞ୍ଜେଇସହ ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ପରା ଗାଁର ସୁରେଶ ନାଏକଙ୍କୁ ଗିରଫ କରିଛି । ସେହଭଳି କିଆକଟା ଥାନା ଅନ୍ତର୍ଗତ ବାରେଣୀ ଛକଠାରେ ୬ କେଜି ଗଞ୍ଜେଇ ସହ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ବାଲିପଶି ଗାଁର ସେବକ ନାଏକଙ୍କୁ ଗିରଫ କରିଛି । ଏ ନେଇ ୨ ଟି ମାମଲା ରୁଜୁକରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଛି।
What’s your Reaction?
+1
+1
+1
+1
+1
2
+1
+1
1