ମୋବାଇଲ ଚୋରକୁ ନିର୍ଘାତ ମାଡ

ଅନୁଗୁଳ –  ଅନୁଗୁଳ ସରକାରୀ ଡାକ୍ତରଖାନାରେ ମାତିଛନ୍ତି ଲୁଟେରା । ସୁଯୋଗ ଦେଖି ରୋଗୀ ତଥା ସମ୍ପର୍କୀୟଙ୍କ ମୋବାଇଲ, ମନୀପର୍ସ ଆଦି ମୂଲ୍ୟବାନ ସାମଗ୍ରୀ ଲୁଟି ନେଉଛନ୍ତି । ମାଳମାଳ ସୁରକ୍ଷାକର୍ମୀ ନିୟୋଜିତ ଥିବା ସତ୍ୱେ ଲୁଟେରା ମାନେ ବିନା ଡରରେ ୱାର୍ଡରେ ଘୁରି ବୁଲୁଛନ୍ତି । ନିୟମିତ ଭାବେ ଚୋରି ହଉଥିବା ବେଳେ ଚୋର ଧରପଡୁନଥିଲା । ଆଜି କିନ୍ତୁ ଚୋର ବେଳା ଖରାପ ଥିଲା ।  ରୋଗୀ ସମ୍ପର୍କୀୟଙ୍କ ମୋବାଇଲ ଚୋରାଇବା ବେଳେ ଧରା ପଡିଲା ଚୋର । ଚୋରକୁ ଧରି ନିରଧୂମ ଛେଚିଲେ ଲୋକେ ।  ସୂଚନା ଅନୁସାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡରୁ ଆଜି ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲ ଚୋରୀ ହୋଇ ଯାଇଥିଲା । ସମ୍ପୃକ୍ତ ବ୍ୟକ୍ତି ତାଙ୍କ ମୋବାଇଲ ଚୋରୀ ହୋଇଥିବା କିଛି ସମୟ ପରେ ଜାଣି ସଙ୍ଗେ ସଙ୍ଗେ ମେଡିକାଲର କର୍ମଚାରୀଙ୍କୁ ଜଣାଇଥିଲେ । ସେମାନେ ସିସି ଟିଭି ଯାଞ୍ଚ କରି ଚୋର ସମ୍ପର୍କରେ ଜାଣିବା ପରେ ସମ୍ପୃକ୍ତ ଚୋର ଡାକ୍ତରଖାନା ପରିସରରେ ବୁଲୁଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ସେମାନେ ତାକୁ କାବୁ କରିନେବା ସହ ଏକ ଲୁହା ପାଇପରେ ବାନ୍ଧି ଦେଇ ନିର୍ଧୂମ ମାଡ ମାରିଥିଲେ । ତାହାଠାରୁ ଚୋରୀ ହୋଇଥିବା ମୋବାଇଲ ମଧ୍ୟ ଉଧାର କରା ଯାଇଥିଲା । ଖବର ପାଇ ପୁଲିସ ପହଞ୍ଚି ତାକୁ ଉଧାର କରିଥିଲା ।  ପରେ ମୋବାଇଲ ଚୋରୀ ଅଭିଯୋଗରେ ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored