ମୁଖ୍ୟ ଖବର ଟ୍ରେନ ଧକ୍କାରେ ଖୁଡି-ପୁତୁରା ମୃତ Angul OnlineOctober 17, 2021October 17, 2021 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଜାମ୍ବୁନାଳୀ ଗାଁ ନିକଟରେ ଏକ ଅଘଟଣ ଘଟି ଯାଇଛି । ରେଳ ଧାରଣା ପାର ହେଉଥିବା ବେଳେ ଟ୍ରେନ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ସମ୍ପର୍କରେ ଖୁଡି ଓ ପୁତୁରା ହେବେ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ପାଇକସାହି ଅଞ୍ଚଳର ୩୫ ବର୍ଷୀୟା ବାସ ନାୟକ ଓ ତାଙ୍କ ୧୯ ବର୍ଷୀୟ ପୁତୁରା ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇ ଫେରୁଥିବା ବେଳେ ଜାମ୍ବୁନାଳୀ ନିକଟରେ ଯାଇଥିବା ରେଳ ଧାରଣା ପାର ହେଉଥିଲେ । ତେବେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରେନ ହଠାତ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି । ଖବର ପାଇ ହଣ୍ଡପା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । Advertisement
ଝୁଲନ୍ତା ମୃତଦେହ ତଳେ ଜଗି ରହିଛି ପୋଷା କୁକୁର – ପାଖ ମଡାଇ ଦେଉନି କାହାକୁ ଅନୁଗୁଳ – ଝୁଲି ରହିଛି ବୃଦ୍ଧଙ୍କ ମୃତଦେହ । ମୃତଦେହ ତଳେ ଜଗି ରହିଛି ମୃତକଙ୍କ ପୋଷା କୁକୁର । ମୃତ ଦେହ ପାଖ ଭର୍ତ୍ତି କରି…
ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡିଲେ ବ୍ଲକ ସିନିୟର ଆସିଷ୍ଟାଣ୍ଡ କ୍ଳର୍କ ଅନୁଗୁଳ – ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଡ କ୍ଲର୍କ ନିତ୍ୟାନନ୍ଦ ଗାଇଗରିଆ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ କାବୁ କରିଥିଲା…
ପ୍ରେମରେ ଅନ୍ଧ ହୋଇ ବାପା-ମାକୁ ହାଣିଲା ପୁଅ ଅନୁଗୁଳ – ପ୍ରେମ ସଂପର୍କକୁ ବିରୋଧ କରିବା ଆଉ ଏଥିରୁ ନିବୃତ ରହିବାକୁ କହିବାରୁ ବାପା ଓ ମାଙ୍କୁ ହାଣିଦେଲା । ଟାଙ୍ଗିଆରେ ଆକ୍ରମଣ କରିବା ଫଳରେ…