କୋଭିଡ କଟକଣାରେ ମା’ବାୟାଣୀ ପୂଜା

ଛେଣ୍ଡିପଦାଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ପାତ୍ରପଡା ଗ୍ରାମର ମାବାୟଣୀ ଠାକୁରାଣୀଙ୍କ ବାର୍ଷିକ ପୂଜା ବୁଧବାର ଗ୍ରାମବାସୀଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ସରକାରଙ୍କ କୋଭିଡ ଗାଇଡଲାଇନକୁ ସମ୍ମାନ ଦେଇ କମିଟି ପକ୍ଷରୁ ପୂଜା ସ୍ଥଳରେ ଗହଳି କରାଯାଇ ନଥିଲା । କେବଳ ପୂଜାର୍ଚ୍ଚନା ଯଥା ରୀତିନୀତି ଅନୁଯୟୀ କରାଯାଇଛି । ପୂଜା କମିଟି ପକ୍ଷରୁ ଠାକୁରାଣୀଙ୍କ ଦର୍ଶନ ନିମନ୍ତେ ଆସୁଥିବା ଭକ୍ତ ମାନଙ୍କୁ ଦୁରରୁ ଦର୍ଶନ କରାଇ ପଠାଇ ଦିଆଯାଉଥିଲା । ପ୍ରତ୍ୟୁଷରୁ ଗ୍ରାମବାସୀ ପୂଜକ କ୍ଷୀରୋଦ ଦେହୁରୀ ଓ ରଞ୍ଜନ ଦେହୁରୀଙ୍କ ସହଯୋଗରେ ଯଥା ରିତୀନିତୀ ପରମ୍ପରା ଅନୁଯାୟୀ ପ୍ରଥମେ ମାହିଙ୍ଗୁଳା ମନ୍ଦିରରେ ପୂଜାର୍ଚ୍ଚନା ସହ ଗ୍ରାମ ପରିକ୍ରମା କରି ବନଦୁର୍ଗା ମନ୍ଦିର, ପଥର ପୁଞ୍ଜି , କାଳୀ ମନ୍ଦିର ଓ ପ୍ରତିଷ୍ଠିତ ହନୁମାନଙ୍କ ବିଗ୍ରହ ମୂର୍ତ୍ତିରେ ପୁଜାର୍ଚ୍ଚନା କରାଯାଇଥିଲା । ପୂଜା ଗ୍ରାମ ସଭାପତି ଚୈତନ୍ୟ ସାହୁ , ହେଡବେହେରା ଶିର୍ନିବାସ ସାହୁ , ସଂପାଦକ ରମେଶ ଚନ୍ଦ୍ର ସାହୁ , ପ୍ରକାଶ ଚନ୍ଦ୍ର ସାହୁ , ବାନାମ୍ବର ସାହୁ , ମୋହନ ଚନ୍ଦ୍ର ସାହୁ ,ଲୋକନାଥ ସାହୁ ,ବାସୁଦେବ ସାହୁ, ପାତ୍ରପଡା ସରପଞ୍ଚ ଯୋଗେଶ୍ୱର ସାହୁ ପ୍ରମୁଖଙ୍କ ସହଯୋଗରେ ଏହି କାର୍ଯ୍ୟ ପରିଚାଳିତ ହୋଇଥିଲା । ପୁଜା କମିଟିର ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored