ଅପରାଧ ନାବାଳିକା ଦୁଷ୍କର୍ମକାରୀ ବୃଦ୍ଧଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ Angul OnlineJanuary 30, 2024January 30, 2024 ଅନୁଗୁଳ – ଅନୁଗୁଳ ଥାନା ଅଧିନରେ ଭଡାରେ ରହୁଥିବା ଏକ ପରିବାରର ନାବାଳିକା ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ (ଫାଷ୍ଟ ଟ୍ରାକ କୋର୍ଟ) ୨୦ ବର୍ଷ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମନା ଓ ଜୋରିମନା ଅନାଦେୟ ଆଉ ଏକ ବର୍ଷ କାରାଦଣ୍ଡ ପାଇଁ ଆଦେଶ ଦେଇଛନ୍ତି । ସୁଚନା ଅନୁସାରେ ଅନୁଗୁଳ ସହରର ସୁବାଷ ସାହୁ ନାମକ ଜଣେ ବ୍ଯକ୍ତିଙ୍କ ଘରେ ଜଣେ ବ୍ଯକ୍ତି ଭଡା ନେଇ ତାଙ୍କ ସ୍ତ୍ରୀ ଏବଂ ୭ ବର୍ଷର ଝିଅ ସହ ରହୁଥିଲେ । ବ୍ଯକ୍ତି ଜଣଙ୍କ ବ୍ଯବସାୟ କରୁଥିବା ବେଳେ ଦିନ ସାରା ବାହାରେ ରୁହନ୍ତି । ତେବେ ଗତ ୨୦୨୨ ମସିହା ମାର୍ଚ୍ଚ ମାସ ୮ ତାରିଖ ଦିନ ତାଙ୍କ ସ୍ତ୍ରୀ ମଧ୍ଯ କୌଣସି କାମରେ ବାହାରକୁ ଯାଇଥିଲେ । ୭ ବର୍ଷର ନାବାଳିକା ଏକୁଟିଆ ଘରେ ଥିବା ବେଳେ ଏହାର ସୁଯୋଗ ନେଇ ଘର ମାଲିକ ସୁବାଷ ସାହୁ ନାବାଳିକା ସହ ଅଶାଳିନ ବ୍ଯବହାର କରିଥିଲେ । ଯାହା ଫଳରେ ନାବାଳିକାଙ୍କ ଗୁପ୍ତାଙ୍ଗରେ କ୍ଷତ ହୋଇଥିଲା । ରାତିରେ ବାପା-ମା ଘରକୁ ଫେରିବା ପରେ ନାବାଳିକା ଜଣଙ୍କ ଏ ନେଇ ମା କୁ କହିବା ପରେ ପରିବାର ଲୋକ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ସେହିଦିନ ସୁବାଷଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଥିଲା । ୮ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଆଜି ଏହି ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ (ଫାଷ୍ଟ ଟ୍ରାକ କୋର୍ଟ) ବିଚାରପତି ବିରଞ୍ଚି ନାରାୟଣ ମିଶ୍ର ସୁବାଷଙ୍କୁ ୨୦ ବର୍ଷ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମନା ଓ ଜୋରିମନା ଅନାଦେୟ ଆଉ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ପ୍ରଦୀପ କୁମାର ଭୁତିଆ ମାମଲା ପରିଚାଳନା କରିଥିଲେ । Advertisement
ଗଞ୍ଜେଇ ଚାଷ ନଷ୍ଟ ବେଳେ ମିଳିଲା ବନ୍ଧୁକ ଓ ଗୁଳି ଅନୁଗୁଳ – ବେଆଇନ ଗଞ୍ଜେଇ ଚାଷ ଉପରେ ପୁଲିସ , ବନ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କର ଯାଇଛି । ଚଢାଉ…
ଗୁଳିକାଣ୍ଡ ଘଟଣାରେ ୫ ଗିରଫ – ହତ୍ୟା ପାଇଁ ଦିଆ ଯାଇଥିଲା ସୁପାରୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଧୋକୁଟା ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୁଲିସକୁ ସଫଳତା ମିଳିଛି। ଏହି ମାମଲରେ ପୁଲିସ ୫ ଜଣଙ୍କୁ ଗିରଫ…
କେୱାଇସି ଅପଡେଟ୍ କରିବା ନାଁରେ ୧ ଲକ୍ଷ ୭୪ ହଜାର ଟଙ୍କା ଲୁଟ ଅନୁଗୁଳ – ବ୍ୟାଙ୍କ୍ ଖାତାର କେୱାଇସି ଅପଡେଟ୍ କରିବା ନାଁରେ ୧ ଲକ୍ଷ ୭୪ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ଅନୁଗୁଳ ସହର…