ନାବାଳିକା ଦୁଷ୍କର୍ମକାରୀ ବୃଦ୍ଧଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ

ଅନୁଗୁଳ – ଅନୁଗୁଳ ଥାନା ଅଧିନରେ ଭଡାରେ ରହୁଥିବା ଏକ ପରିବାରର ନାବାଳିକା ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ (ଫାଷ୍ଟ ଟ୍ରାକ କୋର୍ଟ) ୨୦ ବର୍ଷ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମନା ଓ ଜୋରିମନା ଅନାଦେୟ ଆଉ ଏକ ବର୍ଷ କାରାଦଣ୍ଡ ପାଇଁ ଆଦେଶ ଦେଇଛନ୍ତି । ସୁଚନା ଅନୁସାରେ ଅନୁଗୁଳ ସହରର ସୁବାଷ ସାହୁ ନାମକ ଜଣେ ବ୍ଯକ୍ତିଙ୍କ ଘରେ ଜଣେ ବ୍ଯକ୍ତି ଭଡା ନେଇ ତାଙ୍କ ସ୍ତ୍ରୀ ଏବଂ ୭ ବର୍ଷର ଝିଅ ସହ ରହୁଥିଲେ । ବ୍ଯକ୍ତି ଜଣଙ୍କ ବ୍ଯବସାୟ କରୁଥିବା ବେଳେ ଦିନ ସାରା ବାହାରେ ରୁହନ୍ତି । ତେବେ ଗତ ୨୦୨୨ ମସିହା ମାର୍ଚ୍ଚ ମାସ ୮ ତାରିଖ ଦିନ ତାଙ୍କ ସ୍ତ୍ରୀ ମଧ୍ଯ କୌଣସି କାମରେ ବାହାରକୁ ଯାଇଥିଲେ । ୭ ବର୍ଷର ନାବାଳିକା ଏକୁଟିଆ ଘରେ ଥିବା ବେଳେ ଏହାର ସୁଯୋଗ ନେଇ ଘର ମାଲିକ ସୁବାଷ ସାହୁ ନାବାଳିକା ସହ ଅଶାଳିନ ବ୍ଯବହାର କରିଥିଲେ । ଯାହା ଫଳରେ ନାବାଳିକାଙ୍କ ଗୁପ୍ତାଙ୍ଗରେ କ୍ଷତ ହୋଇଥିଲା । ରାତିରେ ବାପା-ମା ଘରକୁ ଫେରିବା ପରେ ନାବାଳିକା ଜଣଙ୍କ ଏ ନେଇ ମା କୁ କହିବା ପରେ ପରିବାର ଲୋକ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ସେହିଦିନ ସୁବାଷଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଥିଲା । ୮ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଆଜି ଏହି ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ (ଫାଷ୍ଟ ଟ୍ରାକ କୋର୍ଟ) ବିଚାରପତି ବିରଞ୍ଚି ନାରାୟଣ ମିଶ୍ର ସୁବାଷଙ୍କୁ ୨୦ ବର୍ଷ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମନା ଓ ଜୋରିମନା ଅନାଦେୟ ଆଉ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ପ୍ରଦୀପ କୁମାର ଭୁତିଆ ମାମଲା ପରିଚାଳନା କରିଥିଲେ ।

What’s your Reaction?
+1
0
+1
0
+1
0
+1
0
+1
3
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored