ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ – ଠେଙ୍ଗା ମାଡ଼ରେ ଯୁବକ ମୃତ

ଆଠମଲ୍ଲିକ – ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ବଡବାପା ପୁଅର ଠେଙ୍ଗା ମାଡ଼ରେ ଯୁବକଙ୍କର ମୃତ୍ଯୁ ହୋଇଛି । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଡ଼ବାହାଳ ଗାଁରେ ଘଟିଛି । ସୁଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ବଡବାପା ପୁଅ ଲିଙ୍କୁନ ଦେହୁରୀ , ଭାଇ ବାବୁଲି ଦେହୁରୀ ଓ ଅନ୍ଯ କିଛି ସାଙ୍ଗ ଏକାଠି ଭୋଜି କରୁଥିଲେ । ଭୋଜି କରିବା ସମୟରେ କୌଣସି କାରଣକୁ ନେଇ ଲିଙ୍କୁନ ଓ ବାବୁଲିଙ୍କ ମଧ୍ଯରେ ବଚସା ହୋଇଥିଲା । ଏହି ବଚସା ବେଳେ ଉତ୍ତ୍ଯକ୍ତ ହୋଇ ଲିଙ୍କୁନ ଏକ ଠେଙ୍ଗାରେ ବାବୁଲିଙ୍କୁ ଆକ୍ରମଣ କରିଥିଲେ । ଲିଙ୍କୁନଙ୍କ ଠେଙ୍ଗା ମାଡ଼ରେ ବାବୁଲି ଗୁରୁତର ହୋଇ ପଡିଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ବାବୁଲି ଦେହୁରୀଙ୍କ ଆଜି ହୋଇଛି ମୃତ୍ୟୁ ହୋଇଛି । ଖବର ପାଇ ହଣ୍ଡପା ପୁଲିସ ଖବର ପାଇ ଆକ୍ରମଣକାରୀ ହେଉଛନ୍ତି ଲିଙ୍କୁନ ଦେହୁରୀକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି ।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
1

Share:

Share on facebook
Share on twitter
Share on whatsapp
Share on telegram

Sponsored