ନୋଟ ବଦଳରେ କାଗଜ ବିଡା ଦେଇ ଠକୁଥିଲେ – ୩ ଠକଙ୍କୁ ବାନ୍ଧିଲା ପୁଲିସ

ଅନୁଗୁଳ – ଅନୁଗୁଳ ଟାଉନ୍ ଥାନା ଆଜି ତିନି ଜଣ ଠକକୁ ଗିରଫ କରିଛି । ୫୦୦ ଟଙ୍କିଆ ନୋଟ ବଦଳରେ ଅଧିକ ପରିମାଣର ୧୦୦ ଟଙ୍କିଆ ନୋଟ ଦେବା ବାହାନାରେ ଲୋକଙ୍କୁ ସାଧା କାଗଜ ବିଡା ଦେଇ ଠକୁଥିଲେ ଏହି ଗ୍ୟାଙ୍ଗ । ସୂଚନା ଅନୁସାରେ , ଅନୁଗୁଳ ମାଟିଆସାହି ଅଞ୍ଚଳର ପଦ୍ମ ଲୋଚନ ପ୍ରଧାନଙ୍କୁ କିଛି ଅଜଣା ଲୋକ ୧୦୦ ଟଙ୍କିଆ ନୋଟ୍ ଅଛି। ସେ ନୋଟ କୁ ଚେଞ୍ଜ୍ କରିବା ପାଇଁ ଚାହୁଁଛନ୍ତି। ପଦ୍ମ ଲୋଚନ ଦୁଇ ଲକ୍ଷ ଟଙ୍କା ଆଣି ଆସିଲେ ଅଢେଇ ଲକ୍ଷ ଦେବେ ବୋଲି କହିଥିଲେ କିଛି ଅଜଣା ଲୋକ । ଏ କଥା ଶୁଣି ପଦ୍ମ ଲୋଚନ ବୁଢୀ ଠାକୁରାଣୀ ଛକ ପାଖରୁ ଦୁଇ ଲକ୍ଷ ଟଙ୍କା ନେଇ ଲଆସିଥିଲେ। ତେବେ ତାଙ୍କୁ ଅଜଣା ଲୋକ ମାନେ ଏକ ହ୍ୟାଣ୍ଡ ବ୍ୟାଗ୍ ଧରାଇ ତାଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ନେଇ ଥିଲେ । ପଦ୍ମ ଲୋଚନ ଘର କୁ ଯାଇ ବ୍ୟାଗ୍ ଖୋଲି ଦେଖିଲେ ଯେ, ବ୍ୟାଗ୍ ଭିତରେ ଖାଲି କାଗଜ ବଣ୍ଡଲ ରହିଛି। ଏ ଘଟଣା ବିଷୟରେ ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ୧୫୬/୨୩ ରେ ଏକ ମାମଲା ରୁଜୁ ହୋଇଥିଲା। ସେହିପରି ତୁରଙ୍ଗ ଅଞ୍ଚଳର ପାର୍ଥ ସାରଥି ସାହୁ ଙ୍କୁ ୧୦ ଲକ୍ଷ ଟଙ୍କା ଦେଲେ ୧୨ ଲକ୍ଷ ଟଙ୍କା ମିଳିବ ବୋଲି କହି ଅନୁଗୁଳ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରୁ ଅଜଣା ଲୋକ ମାନେ ଏକ ହ୍ୟାଣ୍ଡ ବ୍ୟାଗ୍ ଧରାଇ ତାଙ୍କ ଠାରୁ ୧୦ ଲକ୍ଷ ଟଙ୍କା ନେଇ ଥିଲେ। ପାର୍ଥ ସାରଥି ଘର କୁ ଯାଇ ବ୍ୟାଗ୍ ଖୋଲି ଦେଖିଲେ ଯେ, ବ୍ୟାଗ୍ ଭିତରେ ଖାଲି କାଗଜ ବଣ୍ଡଲ ରହିଛି। ସେ ମଧ୍ୟ ଏ ନେଇ ଟାଉନ୍ ଥାନାରେ ଲିଖିତ ଅଭିଯୋଗ ପରେ ଟାଉନ୍ ଥାନା ୫୧୨/୨୦୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଆଜି ସେହି ଅଜଣା ଲୋକ ମାନେ ବିଜୁ ମଇଦାନ ଅଞ୍ଚଳରେ ଜଣେ ବ୍ୟକ୍ତି ଙ୍କୁ ଟଙ୍କା ବଦଳେଇବା କହି ଅପେକ୍ଷା କରିଥିବା ବେଳେ ଟାଉନ ଥାନା ଖବର୍ ପାଇଁ ତିନି ଜଣ ଙ୍କୁ ଗିରଫ କରିଥିଲେ। ଗିରଫ ମାନେ ହେଲେ ପୁରୀ ଜିଲ୍ଲା କଣ୍ଟିଆ ଅଞ୍ଚଳର ରଘୁନାଥ ମିଶ୍ର, କଟକ ଜିଲ୍ଲା ଧମରାର ଦେବେନ୍ଦ୍ର ବଳ, ପୁରୀ ଜିଲ୍ଲା ବତିସୁଆଁର କିଶୋର ଚନ୍ଦ୍ର ବିଶ୍ଵାଳ ଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ନଗଦ ୩୫,୭୪୫ ଟଙ୍କା ସହ ଗୋଟିଏ ମାରୁତି ସିଆଜ କାର, ୫ ଟି ମୋବାଇଲ ଫୋନ, ଦୁଇଟି ଚଷମା, ୬ ଟି ହ୍ୟାଣ୍ଡ ବ୍ୟାଗ୍, ୩ ଟି ପକେଟ ନୋଟ ବୁକ୍, ୪ ଟି ଛୋଟ ତାଲା ସହ ଚାବି ପନ୍ଥା, ୩ ଟି ଏଟିଏମ, ପାନ କାର୍ଡ, ଆଧାର କାର୍ଡ, ଶ୍ରମ କାର୍ଡ, ଡିଏଲ ସହ ଏକ ହ୍ୟାଣ୍ଡ ବ୍ୟାଗ୍ ରେ ୧୨ ବଣ୍ଡଲ ସାଧା କାଗଜ ଯାହା ଟଙ୍କା ପରି ଦେଖା ଯାଉଛି। ଏହି ୩ ଜଣ ଅଭିଯୁକ୍ତ ଙ୍କୁ ଠାରୁ ଜବତ କରାଯାଇଛି।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored