ନାବାଳିକା ଦୁଷ୍କର୍ମକାରୀକୁ ସଶ୍ରମ କାରାଦଣ୍ଡାଦେଶ

ଅନୁଗୁଳ – ୨୦୧୯ ମସିହାରେ ଆଠମଲ୍ଲିକ ଥାନା ଅଞ୍ଚଳରେ ଘଟିଥିବା ଏକ ନାବଳିକା ବଳାତ୍କାର ମାମଲାର ରାୟ ଶୁକ୍ରବାର ଅଚିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ପ୍ରକାଶ ପାଇଥିବା ବେଳେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ରୁଦ୍ର ପ୍ରସାଦ ମହାପାତ୍ର ମାମଲାର ଶୁଣାଣି କରି ଅଭିଯୁକ୍ତ କଲିନ୍ ମୁଣ୍ଡା(୨୬)କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥି ସହିତ ୧୬ ହଜାର ଟଙ୍କା ଜୋରିମନା ଅନାଦେୟ ଅଧିକ ଏକ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟ ଶୁଣାଇଛନ୍ତି । ସୂଚନା ଅନୁସାରେ, ୨୦୧୯ ମସିହା ସେପ୍ଟେମ୍ବର ୨୪ ତାରିଖରେ ଅଭିଯୁକ୍ତ କଲିନ୍ ଜଣେ ୧୬ ବର୍ଷୀୟା ନାବାଳିକାକୁ ପ୍ରେମ ଜାଲରେ ଫସାଇବା ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା । ଫଳରେ ନାବାଳିକା ଗର୍ଭବତୀ ହୋଇଥିଲେ । ନାବାଳିକା ଜଣଙ୍କ ଗର୍ଭବତୀ ହେବା ପରେ ପରିବାର ଲୋକ ଜାଣି ବିବାହ ପାଇଁ କଲିନ୍‌କୁ କହିଥିଲେ । ମାତ୍ର ସେ ଧରାଛୁଆଁ ଦେଇନଥିଲା । ନାବାଳିକା ୮ ମାସର ଗର୍ଭଚତା ଥିବା ବେଳେ ଅଭିଯୁକ୍ତ କଲିନ୍ କେଉଁଆଡ଼େ ଫେରାର୍ ହୋଇଯାଇଥିଲା । ଏନେଇ ନାବାଳିକାଙ୍କ ବାପା ଆଠମଲ୍ଲିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହି ମାମଲାର ଶୁଣାଣି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ଵତନ୍ତ ପୋକ୍ସୋ କୋର୍ଟରେ ଚାଲିଥିଲା । ମୋଟ୍ ୧୬ ଜଣ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ବିଚାରପତି ରୁଦ୍ର ନାରାୟଣ ମହାପାତ୍ର ଅଭିଯୁକ୍ତ କଲିନ୍‌କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଉପରୋକ୍ତ ରାୟ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ସରୋଜ କୁମାର ପଟ୍ଟନାୟକ ମାମଲାର ପରିଚାଳନା କରିଥିଲେ ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored