ଡାଲି ବ୍ଯବସାୟକୁ ନେଇ ଖଣ୍ଡାରେ ଆକ୍ରମଣ – ବ୍ଯବସାୟୀ ଗୁରୁତର

ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ବଣିଆବାହାଳରେ ଦୁର୍ବୃତ୍ତର ଖଣ୍ଡା ଆକ୍ରମଣରେ ଜଣେ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟବସାୟୀ ଜଣଙ୍କ ହୁଲୁରିସିଂହା ଗ୍ରାମରେ ଭଡ଼ାରେ ରହିଥିବା ନରସିଂହପୁର ଅଞ୍ଚଳର ଗଦାଧର ମଲ୍ଲିକ ବୋଲି ଜଣା ପଡିଛି । ସେ ହୁଲୁରିସିଂହା ଗ୍ରାମରେ ରହି ବୁଲି ବୁଲି ତେଜରାତି ବେପାର କରୁଥିଲେ । ଆଜି ସେ ବଣିଆବାହାଳରେ ବ୍ୟବସାୟ କରୁଥିବା ବେଳେ ମଧ୍ୟାହ୍ନରେ ଜଣେ ଯୁବକ ହଠାତ ତାଙ୍କୁ ଏକ ଖଣ୍ଡାରେ ଆକ୍ରମଣ କରିଥିଲେ। ଆକ୍ରମଣ କରିଥିବା ଯୁବକ ଜଣଙ୍କ ମଧ୍ଯ ଏକ ଦୋକାନ କରିଥିବା ଜଣା ପଡିଛି । ଗଦାଧର କମ ଦରରେ ବେପାର କରୁଥିବାରୁ ତାଙ୍କର ଘାଟା ହେଉଥିବା କହି ଯୁବକ ଜଣଙ୍କ ଆକ୍ରମଣ କରିଥିବା ଜଣା ପଡିଛି । ଗଦାଧର ଗୁରୁତର ଅବସ୍ଥାରେ ପଡି ଯାଇଥିବା ବେଳେ ଆକ୍ରମଣକାରୀ ଯୁବକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା । ସ୍ଥାନୀୟ ଲୋକ ଗଦାଧରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ଗଦାଧରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଖବର ପାଇଁ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

What’s your Reaction?
+1
1
+1
0
+1
0
+1
0
+1
3
+1
0
+1
1

Share:

Share on facebook
Share on twitter
Share on whatsapp
Share on telegram

Sponsored