ଅପରାଧ କୋଇଲା ଚୋରା ଚାଲାଣ ଅଭିଯୋଗରେ ୩ ଗିରଫ Angul OnlineSeptember 5, 2023September 5, 2023 ଅନୁଗୁଳ – ଅନୁଗୁଳ ସଦର ଥାନା ପୁଲିସ ମଙ୍ଗଳବାର ସକାଳେ କୋଇଲା ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ଅଟୋକୁ ଜବତ କରିଛି। ସୂଚନା ଅନୁସାରେ , ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ଆଜି ସକାଳେ କରଡ଼ାଗାଡ଼ିଆ ଗାଁର ବିଷ୍ଣୁ ଚରଣ ସାମଲ(୩୫)ଙ୍କ ଘରପାଖରେ ଏକ ଅଟୋକୁ ଜବତ କରିଥିଲା । ଏଥିରେ ପ୍ରାୟ ୧.୩ ଟନ୍ ଚୋରା କୋଇଲା ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା । ପୁଲିସ ଅଟୋ ଚାଳକ ଢ଼େଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଇଶ୍ବରପାଳ ଗାଁର ଅକ୍ଷୟ କୁମାର ସାମଲ(୪୦)ଙ୍କୁ ପଚରାଉଚୁରା କରିବାକୁ ଜାଣିବାକୁ ପାଇଲା ଯେ, ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ହୁଲୁରୁସିଂହା ଗାଁର ପ୍ରକାଶ ମୁଖି(୪୫)ଙ୍କୁ ଧରି ତାଳଚେର ହିଙ୍ଗୁଳା କୋଇଲା ଖଣିରୁ କୋଇଲା ଚୋରି କରି ବିଷ୍ଣୁଙ୍କୁ ବିକ୍ରି କରୁଛନ୍ତି। ଏ ନେଇ ପୁଲିସ ଏକ ମାମଲା ରୁଜୁକରି ଅକ୍ଷୟ, ବିଷ୍ଣୁ ଓ ପ୍ରକାଶଙ୍କୁ ଗିରଫ କରି ଅଟୋ ଓ କୋଇଲାକୁ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । Advertisement
ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ – ବୃଦ୍ଧ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଖମାର ଥାନା ଅଞ୍ଚଳର ଜଣେ ୨୩ ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଯୁବତୀଙ୍କ ବାପା ଏ…
ଚୋରା ମହୁଲ ଜବତ – ଜଣେ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ନାଉପଦା ଗାଁରେ ବେଆଇନ ଭାବେ ଗଚ୍ଛିତ ଥିବା ବିପୁଳ ପରିମାଣର ମହୁଲ ଫୁଲ ଜବତ କରିଛି ଅବକାରୀ ବିଭାଗ…
ନିଖୋଜ ନାବଳକକୁ ବଳି ସନ୍ଦେହ – ପୁଲିସ ଗାଡି ଜାଳିଦେଲେ ଉତ୍ତ୍ଯକ୍ତ ଲୋକେ ଅନୁଗୋଳ – ଆଠମଲ୍ଲିକ ବାରିଣୀ ଜଙ୍ଗଲରୁ ନାବାଳକଙ୍କ କ୍ଷତ ବିକ୍ଷତ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ନାବାଳକ ଜଣଙ୍କ ଗୋଡ଼ ହାତ ଆଦି…