ରାସ୍ତାରେ ପାଇଖାନା – ଯିବା ଆସିବାରେ ଆସୁବିଧା ଭୋଗୁଛନ୍ତି ଲୋକେ

ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ବଡକେରାଜାଙ୍ଗ ଗାଁର ଏକ ପରିବାର ସରକାରୀ ଜାଗାରେ ଜୋର ଜବରଦସ୍ତ ପାଇଖାନା ଓ ଟାଙ୍କି ନିର୍ମାଣ କରିବା ଫଳରେ ସାଧାରଣ ଲୋକ ରାସ୍ତାରେ ଯିବା ଆସିବା କରିବାରେ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି । ଗାଁ ଲୋକଙ୍କ ଅଭିଯୋଗ ଅନୁଯାୟୀ , ଗାଁର ପ୍ଲଟ ନମ୍ବର ୩୪୦ ରେ ଗାଁର କାଳିଆ ସାହୁ , ଲୋଚନ ସାହୁ ଓ ସୁକେଶ ସାହୁ ଏକ ପାଇଖାନା କରିବା ସହ ପାଇଖାନା ଟାଙ୍କି ମଧ୍ୟ ନିର୍ମାଣ କରିଛନ୍ତି । ଯାହାକି ସମ୍ପୂର୍ଣ୍ଣ ସରକାରୀ ଜାଗା ଉପରେ ଥିବା ବେଳେ ସେହି ଜାଗା ରାସ୍ତା ଭାବରେ ବ୍ୟବହାର ହେଉଥିଲା । ଏବେ ସେଠାରେ ପାଇଖାନା ଓ ଟାଙ୍କି ନିର୍ମାଣ ପରେ ଲୋକ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁ ଲୋକ ଏ ନେଇ ପ୍ରଶାସନର ଦ୍ୱାରସ୍ଥ ହେବା ପରେ ଆର ଆଇ ଆସି ଜାଗା ଚିହ୍ନଟ କରିଥିଲେ । ଏହା ସତ୍ୱେ ସେମାନେ ପାଇଖାନା ଓ ଟାଙ୍କି ଭାଙ୍ଗୁ ନାହାନ୍ତି । ଫଳରେ ସେହି ରାସ୍ତା ଉପରେ ନିର୍ଭର କରୁଥିବା ଲୋକ ଯିବା ଆସିବାରେ ଅସୁବିଧା ଭୋଗୁଛନ୍ତି । ଏ ନେଇ ଉପ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ସରକାରୀ ରାସ୍ତାରୁ ଜବରଦଖଲ ଉଚ୍ଛେଦ କରିବାକୁ ଦାବି ହୋଇଛି ।

What’s your Reaction?
+1
1
+1
0
+1
0
+1
0
+1
3
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored