ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି । କୁକୁଡାଙ୍ଗ ଗ୍ରାମର ଜଣେ ବ୍ରାଉନସୁଗାର ବେପାରୀଙ୍କୁ ଅନେକ ଦିନ ହେଲା ଧରିବାକୁ ଚେଷ୍ଟା କରୁଥିବା ବେଳେ ଶେଷରେ ଆଜି କାବୁ କରି ପାରିଛି । ସୂଚନା ଅନୁସାରେ କୁକୁଡାଙ୍ଗ ଗାଁର ସୁଜ୍ଞାନୀ ଦେହୁରୀ ନାମକ ଜଣେ ଯୁବକ ଅନେକ ଦିନ ହେଲା ବ୍ରାଉନସୁଗାର ବେପାର କରି ଆସୁଥିବା ଅବକାରୀ ବିଭାଗ ପାଖରେ ସୂଚନା ଥିଲା । ଅନେକ ସମୟରେ ତାକୁ ଧରିବାକୁ ଯାଇ ଅବକାରୀ ବିଭାଗ ବିଫଳ ହୋଇଥିଲା । ତେବେ ଆଜି ସୁଜ୍ଞାନୀ ବ୍ରାଉନସୁଗାର ନେଇ ବିକ୍ରି କରିବାକୁ ଯିବ ବୋଲି ଖବର ପାଇ ଅବକାରୀ ବିଭାଗ ଜଗି ରହିଥିଲା । ସୁଜ୍ଞାନୀ ଏକ କାରରେ ଘରୁ ବ୍ରାଉନସୁଗାର ନେଇ ଯିବା ବେଳେ ଅବକାରୀ ବିଭାଗର ଆଇ ଆଇ ସି ରମ୍ଭା ବାଘ , ଏସ ଆଇ ଗାୟତ୍ରୀ ମାଝୀ ସଦଳବଳେ ତାକୁ ଅଟକାଇ ଜାଞ୍ଚ କରିଥିଲେ । ଜାଞ୍ଚ ବେଳେ ସୁଜ୍ଞାନୀ ନିକଟରୁ ୪୧ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷରୁ ଅଧିକ ହେବ । ଅବକାରୀ ବିଭାଗ ସୁଜ୍ଞାନୀ ଠାରୁ ବ୍ରାଉନସୁଗାର ଓ କାର ଜବତ କରିବା ସହ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Recent News
ଦାଦା ବଟି ମାଗିବା ପଡିଲା ମହଙ୍ଗା – ଯୁବକ ଅଟକ
ଅନୁଗୁଳ – ଜାତୀୟ ରାଜପଥରେ ଗାଡି ଅଟକାଇ ଦାଦା ବଟି ମାଗିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ଡ୍ରାଇଭର ମାନେ ଏକାଠି ହୋଇ ଯୁବକଙ୍କୁ କାବୁ…
୩ ଲକ୍ଷ ୯୯ ହଜାର ଲୁଟିନେଲା ଅଜଣା ସାଇବର ଠକ
ତାଳଚେର – ସାଇବର ଲୁଟେରାଙ୍କୁ ଦୌରାତ୍ମ କମୁ ନାହିଁ । ଯାହା ଫଳରେ ପ୍ରାୟ ପ୍ରତ୍ୟେକ ଦିନ ଏହି ଲୁଟେରାଙ୍କ ଶିକାର ହେଉଛନ୍ତି ସାଧାରଣ ଲୋକ ।…
କମେଣ୍ଟ ମାରିବାରୁ ଯୁବକଙ୍କୁ ଗାଁରେ ଲଣ୍ଡା କରି ବୁଲାଇଲେ
ତାଳଚେର – ପୁଣି ହଜିଗଲା ମାନବିକତା । ସାମାନ୍ୟ ଭୁଲ ପାଇଁ ଯୁବକଙ୍କୁ କାଙ୍ଗାରୁ କୋର୍ଟରେ ଦଣ୍ଡିତ କଲେ ଗ୍ରାମବାସୀ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା…