ଚୋରା ବାଲି ଚାଲାଣ ଅଭିଯୋଗରେ ୫ ଗିରଫ

ଚୋରା ବାଲି ଚାଲାଣ ଅଭିଯୋଗରେ ୫ ଗିରଫ

ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ପୁଲିସ ଶୁକ୍ରବାର ସକାଳେ ବାଲି ଚୋରା ଚାଲାଣ ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିବା ସହ ୫ଟି ଟ୍ରକ୍କୁ ଜବତ କରିଛି । ସୂଚନା ଅନୁସାରେ, ଦେବଗଡ଼ ଓ ଅନୁଗୁଳ ଜିଲ୍ଲା ସୀମାରେ ଥିବା ଟିକିରା ନଦୀରୁ ନିୟମିତ ଚୋରା ବାଲି ଚାଲାଣ ହେଉଛି । ଏ ନେଇ ସୂଚନା ପାଇବାପରେ ଛେଣ୍ଡିପଦା ପୁଲିସ ଶୁକ୍ରବାର ସକାଳେ ଛେଣ୍ଡିପଦା ମେଡ଼ିକାଲ ଛକ ପାଖରେ ଚୋରା ଚାଲାଣ ହେଉଥିବା ୫ଟି ଟ୍ରକ୍କୁ ଜବତ କରିବାସହ ଏହାର ଚାଳକ ମାମୁରିଆ ଗାଁର ନୃପତି ମାଝୀ(୩୦), ରୁଲୁ ସାହୁ(୪୦), ଦେବଗଡ଼ ଜିଲ୍ଲା କୁଣ୍ଡେଇଗୋଳା ଥାନା ଅନ୍ତର୍ଗତ ଷେଣ୍ଢା ଗାଁର ପ୍ରଫୁଲ ଠାକୁର(୩୩), ଆମ୍ବଖୋଳ ଗାଁର ବଂଶୀଧର ଧଳ(୨୫) ଓ କିଶୋରନଗର ଥାନା ଅନ୍ତର୍ଗତ ହିମତିରା ଗାଁର ବିନୋଦ ବେହେରା(୩୧)ଙ୍କୁ ଗିରଫକରି ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରିଛି ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Leave a Reply