ଅପରାଧ ଜଙ୍ଗଲରେ ଫୁଟାଇଲେ ଗୁଳି – ୫ ଶିକାରୀ ଅଟକ ୧ଚମ୍ପଟ Angul OnlineJune 6, 2021June 6, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର କୋର ଜଙ୍ଗଲ ରାଇଗୁଡାରେ କିଛି ଶିକାରୀ ଶିକାର ପାଇଁ ଗୁଳି ଫୁଟାଇ ଥିବା ବେଳେ ଗୁଳି ଶବ୍ଦକୁ ଆଧାର କରି ଶିକାରୀଙ୍କୁ କାବୁ କରିବାରେ ବନବିଭାଗ ସଫଳ ହୋଇଛି । ଏହି ଘଟଣାରେ ମୋଟ ୬ ଜଣ ଶିକାରୀ ସମ୍ପୃକ୍ତ ଥିବା ବେଳେ ବନବିଭାଗ ୫ ଜଣକୁ କାବୁ କରି ନେଇଛି । ତେବେ କୌଶଳକ୍ରମେ ଅନ୍ୟ ଜଣେ ଶିକାରୀ ବନ୍ଧୁକ ସହ ଚମ୍ପଟ ମାରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତ ଶୁକ୍ରବାର ସାତକୋଶିଆ ଅଭୟାରଣ୍ୟର କୋର ଜଙ୍ଗଲ ରାଇଗୁଡା ବନାଞ୍ଚଳକୁ ନୂଆଖେତା ଓ ନୂଆ ରାଇଗୁଡା ଅଞ୍ଚଳର କିଛି ଶିକାରୀ ଶିକାର ଉଦ୍ୟେଶରେ ଯାଇଥିଲେ। ଘଞ୍ଚ ଜଙ୍ଗଲ ଭିତରେ ଜଙ୍ଗଲୀ ଜନ୍ତୁ ମାରିବାକୁ ଉଦ୍ୟମ କରିଥିଲେ । ବନ୍ଧୁକ ସାହାଯ୍ୟରେ ଗୁଳି ଫୁଟାଇ ଶିକାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଶିକାର କରିବାରେ ବିଫଳ ହୋଇଥିଲେ । ତେବେ ଗୁଳି ଶବ୍ଦ ଶୁଣି ପେଟ୍ରୋଲିଂ କରୁଥିବା ବନ କର୍ମଚାରୀ ମାନେ ଶିକାରୀଙ୍କୁ ଘେରି ଯାଇଥିଲେ । ଘଟଣା ସ୍ଥଳରେ ୬ ଜଣ ଶିକାରୀ ଥିବା ବେଳେ ଏମାନଙ୍କ ଦଳରୁ ମୁଖ୍ୟ ଅଭିଯୁକ୍ତ ବନ୍ଧୁକ ସହ ଖସି ପଳାଇବାକୁ ସକ୍ଷମ ହୋଇଥିଲା । ଅନ୍ୟ ୫ ଜଣଙ୍କୁ ବନବିଭାଗ ଅଟକ ରଖି ପଚରାଉଚରା କରୁଛି । ଫେରାର ହୋଇ ଯାଇଥିବା ଅଭିଯୁକ୍ତକୁ ଧରିବାକୁ ବନ ବିଭାଗ ଉଦ୍ୟମ ଯାଇ ରଖିଛି । Advertisement
୬ ଜଣ ଜୁଆଡ଼ି ଗିରଫ – କାର, ମୋଟରସାଇକେଲ , ଟଙ୍କା ଜବତ ଅନୁଗୁଳ – ଅନୁଗୁଳ ସଦର ପୁଲିସ ପଞ୍ଚମହଲାର ଜଙ୍ଗଲିଆ ଅଞ୍ଚଳରେ ଚଢ଼ାଉକରି ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ମାନେ ହେଲେ ହେମୁସୁରପଡ଼ାର…
୨ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ – ଜଣେ ଗିରଫ ଅନୁଗୋଳ – ଅନୁଗୋଳ ଅବକାରୀ ବିଭାଗକୁ ବ୍ରାଉନସୁଗାର ବେପାରୀଙ୍କୁ ଧରିବାରେ ଆଉ ଏକ ସଫଳତା ମିଳିଛି । ତାଳଚେର ସମଲ ଅଞ୍ଚଳରେ ବ୍ୟାପକ ଭାବେ ଏହି…
ରାଜ୍ଯ ବାହାରକୁ ନାବାଳିକ ଚାଲାଣ ଅଭିଯୋଗରେ ୬ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଟାଉନ ଥାନା ଅଞ୍ଚଳରୁ ନାବାଳିକା ଅପହରଣ କରି ବାହାର ରାଜ୍ଯକୁ ଚାଲାଣ ଅଭିଯୋଗରେ ଅନୁଗୁଳ ଟାଉନ ପୁଲିସ ୬ ଜଣଙ୍କୁ ଗିରଫ…