ରାଜ୍ଯ ବାହାରକୁ ନାବାଳିକ ଚାଲାଣ ଅଭିଯୋଗରେ ୬ ଗିରଫ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଟାଉନ ଥାନା ଅଞ୍ଚଳରୁ ନାବାଳିକା ଅପହରଣ କରି ବାହାର ରାଜ୍ଯକୁ ଚାଲାଣ ଅଭିଯୋଗରେ ଅନୁଗୁଳ ଟାଉନ ପୁଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୁଚନା ଅନୁସାରେ ଜଣେ ନାବାଳିକାକୁ ତାଙ୍କ ଗାଁର ଜଣେ ଯୁବକ ଭଲ ପାଉଥିଲେ । ତେବେ ନାବାଳିକାର ବୟସ ହୋଇ ନଥିବା ଯୋଗୁଁ ଉଭୟଙ୍କ ବିବାହ ହୋଇ ପାରୁ ନଥିଲା । ତେବେ କିଛି ଦିନ ତଳେ ନାବାଳିକା ଜଣଙ୍କ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଏହି ସମୟରେ ନାବାଳିକାଙ୍କ ସଂସ୍ପର୍ଶରେ ସରସ୍ୱତୀ ରେଙ୍ଗାଳି ଥାନା ଅଞ୍ଚଳର ରେଙ୍ଗାଳିର ସରସ୍ୱତୀ ଗୋଛୟତ ଓ କୁଣ୍ଢେଇଗୋଳା ଥାନା ଉଟୁଣିଆ ଗାଁର ପ୍ରିତି ନାଏକଙ୍କ ସହ ଆସିଥିଲା । ସେଠାରେ ନାବାଳିକା ଜଣଙ୍କ ତାର ପ୍ରେମ କାହାଣି ଆଉ ବିବାହ କରି ପାରୁ ନଥିବାର ଦୁଃଖ ବଖାଣିଥିଲା । ନାବାଳିକାଙ୍କ କଥା ଶୁଣି ପ୍ରିତି ଓ ସରସ୍ୱତୀ ତାକୁ ଆଶ୍ୱସନା ଦେବା ସହ ତାର ବିବାହ କରାଇଦେବାର ପ୍ରଲୋଭନ ଦେଖାଇଥିଲେ । ଆଉ କିଛିଦିନ ପରେ ସରସ୍ୱତୀ ଓ ପ୍ରିତି , ନାବାଳିକାକୁ ଭୁବନେଶ୍ୱର ନେଇ ଯାଇଥିଲେ । ଆଉ ଏଥିରେ ତାଙ୍କୁ ସହଯୋଗ କରିଥିଲେ ପ୍ରିତିଙ୍କ ସ୍ୱାମୀ ମହେଶ୍ୱର ନାଏକ , ଡ୍ରାଇଭର ଜିତେନ୍ଦ୍ର ମୁଖି , ରେଙ୍ଗାଳିର ପୁଜାରିଣୀ ଚୌଧୁରୀ ଆଦି ସହଯୋଗ କରିଥିଲେ । ଏମାନେ ନାବାଳିକା ଜଣଙ୍କୁ ପ୍ରେମିକ ସହାୟତାରେ ପ୍ରଥମେ ଭୁବନେଶ୍ୱର ଓ ପରେ ମଧ୍ଯପ୍ରଦେଶ ନେଇ ସେଠାରେ ଏକ ଲକ୍ଷ ଟଙ୍କାରେ ବିକ୍ରି କରି ଦେଇ ପଳାଇ ଆସିଥିଲେ । ତେବେ ପରେ ନାବାଳିକାଙ୍କ ବାପା ନାବାଳିକା ନିଖୋଜ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରିଥିଲା । ତଦନ୍ତ ବେଳେ ପ୍ରଥମେ ପ୍ରେମିକ ପାଖରେ ପହଞ୍ଚି ନାବାଳିକା ଜଣଙ୍କୁ ଚାଲାଣ କରା ଯାଇଥିବା ଜାଣିବା ସହ ମୁଖ୍ଯ ଅଭିଯୁକ୍ତ ପ୍ରିତି ଓ ତାର ସ୍ୱାମୀ ମହେଶ୍ୱର ନାଏକ ଏହି ମାନବ ଚାଲାଣର ମୁଖ୍ଯ ଅଭିଯୁକ୍ତ ଜାଣି ଗିରଫ କରିଥିଲା । ପରେ ଅନ୍ଯ ୪ ଅଭିଯୁକ୍ତଙ୍କୁ ମଧ୍ଯ ଗିରଫ କରି କୋର୍ଟ ଚାଲାଣ କରିଛି ଅନୁଗୁଲ ଟାଉନ ଥାନା ପୁଲିସ ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored