ବାପାଙ୍କୁ ପିଟିପିଟି ହତ୍ଯା କଲା ପୁଅ

ଅନୁଗୁଳ – ଠେଙ୍ଗାରେ ପିଟି ପିଟି ବାପାକୁ ହତ୍ୟା କଲା ପୁଅ । ହତ୍ୟା କରିବା ପରେ ଚଦରରେ ଘୋଡେ଼ଇ ଫେରାର ମାରିଲା ହତ୍ଯାକାରୀ ପୁଅ । ହତ୍ୟାର ପ୍ରାୟ ୧୨ ଘଣ୍ଟା ପରେ ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି, ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ନୂଆଭୂଇଁ ଗାଁରେ । ସୂଚନା ଅନୁସାରେ ନୂଆଁଭୁଇଁ ଗାଁର ବଳରାମ ଭୋଇ ଓ ତାଙ୍କ ବାପା ବିପ୍ରବର ଭୋଇ ରହୁଥିଲେ । ଏକାଠି ରହୁଥିଲେ ମଧ୍ୟ ଅନେକ ସମୟରେ ବଳରାମ ବାପା ବିପ୍ରବରଙ୍କୁ ଗାଳି ଗୁଲଜ ଓ ମାଡପିଟ୍ କରିଥାନ୍ତି । ଗତ କାଲି ସନ୍ଧ୍ୟାରେ ମଧ୍ୟ ବଳରାମ ତାଙ୍କ ବାପାଙ୍କ ସହିତ ଝଗଡ଼ା କରିବା ସହ ମାଡ଼ପିଟ୍ କରିଥିଲେ । ତେବେ ସକାଳୁ ବଳରାମଙ୍କର ଦେଖା ନଥିବା ବେଳେ ସନ୍ଧ୍ୟାରେ ବାପାଙ୍କ ମୃତ ଦେହ ଘର ଭିତରେ ପଡିଥିବା ଗାଁ ଲୋକ ଦେଖିବାକୁ ପାଇଥିଲେ । ତୁରନ୍ତ ସେମାନେ ପୁଲିସକୁ ଏ ସମ୍ପର୍କରେ ସୂଚନା ଦେବା ସହ ବଳରାମ ତାଙ୍କ ବାପା ବିପ୍ରବରଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ହତ୍ୟାକାରୀ ପୁଅ ବଳରାମ ଫେରାର ହୋଇ ଯାଇଥିବା ପୁଲିସ କହିଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
1
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored