ଅପରାଧ କୋଇଲା ଚୋରା ଚାଲାଣ ଅଭିଯୋଗରେ ୭ ଗିରଫ Angul OnlineMay 15, 2023May 15, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ପୁଲିସ ସୋମବାର ସାଇକେଲରେ କୋଇଲା ଚୋରା ଚାଲାଣ କରୁଥିବା ୭ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ତାଳଚେର କୋଇଲା ଖଣି ଅଞ୍ଚଳରୁ ସାଇକେଲରେ କୋଇଲା ଚୋରିକରି ବଜାରରେ ବିକ୍ରି କରିବାକୁ ନେଉଥିବା ବେଳେ ପୁଲିସ କଲିଏରୀ ଥାନା ଅନ୍ତର୍ଗତ ହାଣ୍ଡିଧୁଆ ଗାଁର ନଟ ବେହେରା(୪୦), ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ଗାଁର ବିଜୟ ନାଏକ(୬୦), କନ୍ଦର୍ପ ସାମଲ(୫୬), ଅପର୍ତୀପୁର ଗାଁର ପୂର୍ଣ୍ଣଚନ୍ଦ୍ର ଭୋଇ(୪୭), ଗୋତମରା ଗାଁର ଜ୍ଞାନୀ ବେହେରା(୬୫), ମହେଶ୍ବର ନାଏକ(୩୦) ଓ ନିରାକାରପୁର ଗାଁର ରାଜେନ୍ଦ୍ର ନାଏକ(୪୯)ଙ୍କୁ ଗିରଫକରି ୭ଟି ସାଇକେଲ ଓ ୧୩.୫ କ୍ବିଣ୍ଟାଲ କୋଇଲା ଜବତକରି ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରିଛି। Advertisement
ବ୍ଲକ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ – ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଅନୁଗୁଳ – ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ଲକ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରା ଯାଇଛି । ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକରେ କାର୍ଯ୍ୟରତ…
ବ୍ରାଉନସୁଗାର ଜବତ – ସୁନୀଲ ସେଠୀ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କୋଳିୟାରୀ ପୁଲିସ ହାଣ୍ଡିଧୂଆଁ ନିକଟରୁ ଜଣଙ୍କୁ ଗିରଫ କରିବା ସହ ତା ନିକଟରୁ ୨୦ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ…
ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା-ଗିରଫ ହେଲା ପିଶାଚ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ପୀଢ଼ଖମଣ ଗାଁର ଜଣେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଗିରଫ…