ବୃଦ୍ଧା ମା’କୁ ମାଡ ମାରୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ – ଭିଡିଓ ଭାଇରାଲ

ଅନୁଗୁଳ – ଅନୁଗୁଳ ଜିଲ୍ଲାରୁ ଆସିଛି ଏକ ଅଭାବନୀୟ ଦୃଶ୍ୟ । ବୃଦ୍ଧା ମାଙ୍କୁ ମାଡ ମାରୁଛି ଶିକ୍ଷିତ ପୁଅ । ଯେ କି ପେସାରେ ଜଣେ ଶିକ୍ଷକ ମଧ୍ୟ । ଜଣେ ଶିକ୍ଷକ ହୋଇ ଦୁନିଆକୁ ଭଲ ଶିକ୍ଷା ଦେବା ପରିବର୍ତେ ନିଜ ଜନ୍ମ କଲା ମାକୁ ଏଭଳି ମାଡ ମାରୁଥିବା ଭିଡିଓ ଭାଇରାଲ ହେବା ପରେ ଏହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ଏହି ଭିଡ଼ିଓଟି ଅନୁଗୁଳ ଜିଲ୍ଲା କିଶୋରନଗର ଥାନା କଟାପାଲି ଗାଁର । ହୃଷିକେଶ ପ୍ରଧାନ ନାମକ ଜଣେ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ତାଙ୍କ ମା ଏକ ଜାଗାରେ ବସିଥିବା ବେଳେ ଆସି ମାଡ ମାରୁଛନ୍ତି । ତଣ୍ଟି ଚିପି ଦେବା ସହ ଟେକି କଚାଡୁ ଥିବାର ଏକ ଭିଡିଓ ଭାଇରାଲ ହେଉଛି । ଆଉ ବୃଦ୍ଧା ମା କଷ୍ଟରେ ଚିତ୍କାର କରୁଛନ୍ତି । ତେବେ ଏଭଳି ମାଡ ସେ କାହିଁକି ମାରୁଛନ୍ତି ଜଣା ପଡି ନଥିଲେ ମଧ୍ୟ ସେ ଏଭଳି ଅନେକ ଦିନ ମାଡ ମାରନ୍ତି ବୋଲି ଜଣା ପଡ଼ିଛି । ତେବେ ଏଭଳି ସମ୍ବେଦନଶୀଳ ଭିଡିଓ ଭାଇରାଲ ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଉକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି ।

What’s your Reaction?
+1
4
+1
1
+1
2
+1
7
+1
3
+1
8
+1
41

Share:

Share on facebook
Share on twitter
Share on whatsapp
Share on telegram

Sponsored