ଅପରାଧ କାରରେ ଗଞ୍ଜେଇ ଚାଲାଣ ବେଳେ କାବୁ କଲା ପୁଲିସ – ଜଣେ ଗିରଫ Angul OnlineAugust 23, 2021August 23, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଦେବଗଡ ଛକ ନିକଟରୁ ଏକ ଗଞ୍ଜେଇ ଭର୍ତ୍ତି କାରକୁ ପୁଲିସ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଛେଣ୍ଡିପଦା ପୁଲିସ ଆଜି(ସୋମବାର) ସକାଳେ ଦେବଗଡ ଛକ ନିକଟରେ ଜଗି ରହିଥିଲା । ସେହି ସମୟରେ ଅନୁଗୁଳରୁ ଦେବଗଡ ଯାଉଥିବା ଏକ ମାରୁତି କାର(ଓଡି୦୨ବିଡି୪୨୫୮)କୁ ଅଟକାଇ ପୁଲିସ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ କାର ଗଞ୍ଜେଇ ଥିବା ଜଣା ପଡିଥିଲା । ଜବତ ଗଞ୍ଜେଇକୁ ପୁଲିସ ମାଜିଷ୍ଟ୍ରେଟ ଉପସ୍ଥିତିରେ ଓଜନ କରିବା ପରେ କାରରେ ୭୦ କିଗ୍ରା ୩୦୦ଗ୍ରାମ ଗଞ୍ଜେଇ ଥିବା ଜଣା ପଡିଥିଲା ।ଗଞ୍ଜେଇ ଚାଲାଣ କରି ନେଉଥିବା ଗାଡିର ଚାଳକକୁ ପୁଲିସ ଗିରଫ କରିଥିଲା । ଗିରଫ ଯୁବକ ଜଣକ ହେଲେ ନାକିଟିଦେଉଳ ଥାନା ବାଟଗାଁର ଗୋବିନ୍ଦ ଚନ୍ଦ୍ର ନାଏକ ବୋଲି ସୂଚନା ମିଳିଛି । ପୁଲିସ ଗଞ୍ଜେଇକୁ ଜବତ କରି ଏନଡିପିଏସ ଆକ୍ଟରେ ଏକ ମାମଲା ରୁଜୁ କରିବା ସହିତ ଗାଡିର ଚାଳକ ଗୋବିନ୍ଦ ଚନ୍ଦ୍ର ନାଏକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗୋବିନ୍ଦ ଚନ୍ଦ୍ରଙ୍କ ନାମରେ ପୂର୍ବରୁ ଗଞ୍ଜେଇ ଚୋରା ଚାଲାଣ ନେଇ କୁଣ୍ଢେଇଗୋଳା ,ନାକିଟଦେଉଳ ସମେତ ବିଭିନ୍ନ ଥାନାରେ ମାମଲା ରହିଥିବା ଛେଣ୍ଡିପଦା ଥାନା ଅଧିକାରୀ ଧିରେନ କୁମାର ବେହେରା କହିଛନ୍ତି । Advertisement
ଗୁଟଖା ବିକୁଥିବା ଦୋକାନ ୫ ହଜାର ଟଙ୍କା ଜୋରିମାନା ଅନୁଗୁଳ – ଅନୁଗୁଳ ଜିଲ୍ଲା ଜନ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସହରର ବିଭିନ୍ନ ଦୋକାନରେ ଚଢାଉ କରା ଯାଇଥିଲା । ଅନୁଗୁଳ ବସଷ୍ଟାଣ୍ଡଠାରୁ ଆରମ୍ଭ କରି…
କୋଟିଏରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ – ୫ ଜଣ ଗିରଫ ଅନୁଗୁଳ – ଅନୁଗୁଳ ଏସ ପି ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ଜରପଡା ପୁଲିସ, ଅବକାରୀ, ରାଜସ୍ୱ ଓ ବନବିଭାଗ ପକ୍ଷରୁ ମିଳିତ ଭାବେ ବକଳା ଗାଁ ନିକଟସ୍ଥ…
ବିଅର ବାର ନିକଟରେ ଦୁଇ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ – ଉଭୟ ଗୁରୁତର ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ କରଡ଼ା ଗାଡ଼ିଆ ନିକଟରେ ଥିବା ଏକ ବିଅର ବାର ଠାରେ ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଦୁଇ…