ଅପରାଧ ବ୍ରାଉନସୁଗାର ଜବତ – ମହିଳାଙ୍କ ସମେତ ୨ ଗିରଫ Angul OnlineJanuary 24, 2022January 24, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ହାତରେ ଦୁଇ ଧଳା ଜହର ବେପାରୀ । ତାଙ୍କ ନିକଟରୁ ୧୮ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଦୁଇଟି ମୋବାଇଲ ଫୋନ ଓ ଗୋଟିଏ ସ୍କୁଟି ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ ବ୍ରାଉନ ସୁଗାର କାରବାର ହେଉଥିବା ଖବର ପାଇ ତାଳଚେର ବାଘୁଆବୋଲ ଅଞ୍ଚଳର ଏକ ରାସନ ଦୋକାନ ଉପରେ ପୁଲିସ ଚଢ଼ାଉ କରି ଜଣେ ମହିଳାଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣଙ୍କୁ ସେଣ୍ଟ୍ରାଲ ହସ୍ପିଟାଲ କଲୋନୀରୁ ଗିରଫ କରିଛି । ଗିରଫ ଦୁଇଜଣ ହେଲେ ବାଘୁଆବୋଲ ଅଞ୍ଚଳର ସସ୍ମିତା ଦାସ ଓ ଦେବାଶିସ ମହାରଣା । ଦୀର୍ଘ ଦିନ ହେବ ସେମାନେ ବ୍ରାଉନ ସୁଗାର କାରବାରରେ ଲିପ୍ତ ଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । Advertisement
ଦାମୀ କାରରେ ଗଞ୍ଜେଇ ବେପାର – ଜବତ କଲା ଅବକାରୀ ବିଭାଗ ଅନୁଗୁଳ – ଅନୁଗୁଳ ଅବକାରୀକୁ ବିଭାଗ ମିଳିଛି ବଡ ସଫଳତା । ଅବକାରୀ ନିରୀକ୍ଷକ ସଦର ରେଞ୍ଜ୍ ଏବଂ ଜିଲ୍ଲା ଭ୍ରାମ୍ୟମାଣ ବିଭାଗର ମିଳିତ ସହଯୋଗରେ ୭୫…
ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ଏନ୍ ଟି ପି ସି ଥାନା ଅଞ୍ଚଳର ଜଣେ ୧୩ ବର୍ଷ ନାବାଳିକାକୁ ୨୦୨୩ ମସିହାରେ ଅପହରଣ ଓ ଦୁଷ୍କର୍ମ କରିଥିବା…
ଗାଡିଆରେ ଭାସୁଛି ଅଜଣା ଶବ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପଳାସବଣିଆ ଗ୍ରାମ ନିକଟସ୍ଥ ବରନାଳ ଚେକଡ୍ୟାମର ଏକ ଗାଡିଆରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ…