ଅପରାଧମୁଖ୍ୟ ଖବର ଯୁବକଙ୍କୁ ଜିଅନ୍ତା ଜାଳିଦେଲେ – ପୋଲିସର ତଦନ୍ତ Angul OnlineJanuary 12, 2021January 12, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଏକ ବୀଭତ୍ସ, ଅମାନୁଷିକ ଓ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟି ଯାଇଛି । ଗାଁ ଦାଣ୍ଡରେ ସମ୍ପର୍କୀୟମାନେ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ । ଏହି ବର୍ବରକାଣ୍ଡ ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ କଦଳିମୁଣ୍ଡା ଗାଁର କେନ୍ଦୁସାହିରେ ଘଟିଛି । ମୃତକଙ୍କ ନାଁ ରାଜକିଶୋର ପ୍ରଧାନ । ଘଟଣାସ୍ଥଳରେ ହଣ୍ଡପା ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ଖୋଳତାଡ କରୁଛି । ସୂଚନା ମୃତ ରାଜ କିଶୋର ପ୍ରଧାନ ଆଜି ସକାଳୁ ମଦ୍ୟପାନ କରି ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିଲେ । ଆଉ ଏଥିରେ ଅତିଷ୍ଠ ହୋଇ କେହି ତାଙ୍କୁ ଏଭଳି ବିଭତ୍ସ ହତ୍ୟା କରିଥିବା ସନ୍ଦେହ କରା ଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । Advertisement
ଇକୋ ପାର୍କ ନିକଟରୁ ୪ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ବ୍ରାଉନସୁଗାର ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲାର ମୁଖ୍ୟ ପାର୍କ ନିକଟରୁ ୪୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଜଣଙ୍କୁ ଗିରଫ କରା ଯାଇଛି । ଗିରଫ ଅଭିଯୁକ୍ତ…
ଓଲଟା ଉଡିଲା ତ୍ରିରଙ୍ଗା ଅନୁଗୁଳ – ଦେଶ ୭୨ ତମ ଗଣତନ୍ତ୍ର ଦିବସ ପାଳନ କରିଛି । କିନ୍ତୁ ତ୍ରିରଙ୍ଗା କିଭଳି ସମ୍ମାନ ଦିଆଯିବ , କିଭଳି ପତାକା ଉତ୍ତୋଳନ କରାଯିବ…
ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା – ୮ଜଣଙ୍କ ଆତ୍ମସମର୍ପଣ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଟାକରସିଙ୍ଗା ଗାଁର ଶ୍ରୀଧର ଦେହୁରୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ପୂର୍ଣ୍ଣଛେଦ ପଡିଛି । ମଙ୍ଗଳବାର ଏହି…