ଅପରାଧ ଦୁଇ ଚୋରୀ ଟ୍ରକ୍ ଉଦ୍ଧାର – ୫ ଗିରଫ Angul OnlineJune 10, 2021June 10, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଚୋରୀ ହୋଇଥିବା ଦୁଇଟି ଟ୍ରକ ଉଦ୍ଧାର କରିବା ସହ ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଗତ ଏପ୍ରିଲ ୧୨ତାରିଖ ରାତି ୮ ଟା ସମୟରେ ବିଜୟ କୁମାର ଦାସଙ୍କ ଟ୍ରକ ଡ୍ରାଇଭର ଲିଙ୍ଗରାଜ ରୋଡରେ ଟ୍ରକ (ଓଆର-୧୯-ସି-୪୬୩୩)କୁ ଛିଡା କରି ହୋଟେଲକୁ ଖାଇବାକୁ ଯାଇଥିଲେ । ହେଲେ ସେଠାରୁ ଖାଇ ଫେରିବା ପରେ ଗାଡି ନଥିବା ଦେଖିବାକୁ ପାଇଥିଲେ । ଏହାପରେ ସେ ଥାନାରେ ଗାଡି ଚୋରି ହୋଇଥିବା ଲିଖିତ ଅଭିଯୋଗ କରିଥିଲେ । ତାଳଚେର ପୁଲିସ ଘଟଣା ଅନୁସନ୍ଧାନ କରି ଟ୍ରକ ଟିକୁ ଉଦ୍ଧାର କରିବା ସହିତ ଚୋରୀରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ମେ ମାସ ୨୮ ତାରିଖ ଉମାକାନ୍ତ ନାଏକଙ୍କ ଟ୍ରାକ ଡ୍ରାଇଭର ସନା ଦଶ ଚକିଆ (ଓଆର-୦୯-ଜି-୯୨୧୧) ଟ୍ରକକୁ ପବିତ୍ର ମୋହନ ଛକ ନିକଟରେ ରଖି ଦେଇଥିଲେ । ପରେ ପବିତ୍ର ମୋହନ ଛକ ନିକଟରେ ଗାଡି ନଥିବା ଦେଖି ଉମାକାନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଳଚେର ପୁଲିସ ତଦନ୍ତ କରି ଟ୍ରକଟିକୁ ଉଦ୍ଧାର କରିବା ସହିତ ଚୋରୀରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଗିରଫ ଅଭିଯୁକ୍ତମାନେ ସୁବର୍ଣ୍ଣପୁର ବାଙ୍କିର ସୌମ୍ୟରଞ୍ଜନ ସେଠି ଓରଫ ପିଙ୍କୁ , ବେନ୍ତପୁର ଗ୍ରାମର ଶୁଭାଶିଷ ସେଠ ଓରଫ କରନ , ଖଣ୍ଡହତା ଯାଜପୁର ଗ୍ରାମର ବିକାଶ ଜେନା ଓରଫ ଟେରୁ , ଶ୍ରୀବନ୍ତପୁର ଯାଜପୁର ଗ୍ରାମର ମହେନ୍ଦ୍ର ପ୍ରତିହାରୀ ଓରଫ ବାୟା ଓ ହାଣ୍ଡିଧୂଆଁ ଗ୍ରାମର ସନ୍ତୋଷ କୁମାର ଦାସ । ସେମାନଙ୍କୁ ଆଜି କୋର୍ଟ ଚାଲାଣ କରା ଯାଇଥିବା ଜଣା ପଡିଛି । Advertisement
ପରକ୍ରିୟାପ୍ରୀତି ଆଳ କରି ଯୁବକଙ୍କୁ ନିସ୍ତୁକ ମାଡ ଅଭିଯୋଗ – ଜଣେ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଗୁଳାଗାଡିଆ ଗ୍ରାମରେ ପରକ୍ରିୟାପ୍ରୀତି ସନ୍ଦେହ କରି ଯୁବକଙ୍କୁ ନିର୍ଧୁମ ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା…
ଅମାନିଆଙ୍କ ଠାରୁ ଆଦାୟ ହେଲାଣି ୭୬ ଲକ୍ଷ ଟଙ୍କା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ଦ୍ରୁତ ଗତିରେ କାୟା ବିସ୍ତାର କରୁଥିବା ବେଲେ ଏହି ଦ୍ରୁତ ଗତିରେ ବ୍ରେକ୍ ଲଗାଇବା ପାଇଁ ଲକଡାଉନ୍ ଓ ସପ୍ତାହନ୍ତ…
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଅଭିଯୋଗ – ଯୁବକ ଅଟକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଏକ ଲଜ୍ୟାଜନକ ଘଟଣା ଘଟି ଯାଇଛି । ଅଞ୍ଚଳର ଜଣେ ମହିଳା ଡାକ୍ତରଙ୍କୁ ଜଣେ ଯୁବକ ଦୁଷ୍କର୍ମ…