ଆଞ୍ଚଳିକ ଆଉ ନାହାନ୍ତି ଚନ୍ଦ୍ରମଣି କମ୍ପାଉଣ୍ଡର Angul OnlineJune 10, 2021June 10, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗ୍ରାମର ଅବସରପ୍ରାପ୍ତ ଫାର୍ମାସିଷ୍ଟ ଚନ୍ଦ୍ରମଣି ନାୟକଙ୍କ ପରଲୋକ ହିଛି । ସେ ଆଜକୁ ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ଵ ହେବ କର୍କଟ ରୋଗରେ ପୀଡ଼ିତ ଥିଲେ । ଗତ କିଛିଦିନ ହେବ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନରେ ସେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଏହି ଖବର ଜଣା ପଡିବ ପରେ ଛେଣ୍ଡିପଦା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ତାଙ୍କ ମରଶରୀର ଛେଣ୍ଡିପଦା ପହଞ୍ଚିବା ପରେ ଗୁରୁବାର ସକାଳୁ ତାଙ୍କ ବାସଭବନ ନିକଟକୁ ଆସି ଛେଣ୍ଡିପଦା ଅଞ୍ଚଳର ବୁଦ୍ଧିଜୀବୀ , ବିଭିନ୍ନ ସାମାଜିକ ସଂଗଠନ ତଥା ଯୁବମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ତାଙ୍କ ପୈତୃକ ଗ୍ରାମ ବାହାଳସାହିରେ ତାଙ୍କର ଶେଷ କୃତ ସମ୍ପନ୍ନ କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସ୍ବର୍ଗତ ନାୟକ ଅନୁଗୁଳ ଜିଲ୍ଲାର ବିଭିନ୍ନ ଡ଼ାକ୍ତରଖାନାରେ ସୁଚାରୁ ରୂପେ ରୋଗୀ ସେବା କରି ବହୁ ସୁନାମ ଅର୍ଜନ କରିଛନ୍ତି । ବାଗେଡିଆ , ଛେଣ୍ଡିପଦା , କୋଶଳା ଡାକ୍ତରଖାନରେ ଦୀର୍ଘଦିନ ଚାକିରି ଜୀବନ ବିତାଇ ରୋଗୀସେବା କରିଛନ୍ତି । ତେବେ ଅବସର ପରେ ମଧ୍ୟ ଛେଣ୍ଡିପଦା ବାସଭବନରେ ରୋଗୀ ମାନଙ୍କୁ ସେବା ଯୋଗାଇ ଦେଇ ଆସୁଥିଲେ । ତାଙ୍କର ସ୍ୱାସ୍ଥ୍ୟ ସେବା ଦିଗରେ ବହୁତ୍ ଅଭିଜ୍ଞତା ରହିଥିବା ବେଳେ ଚନ୍ଦ୍ରମଣି କମ୍ପାଉଣ୍ଡର ନାମରେ ସେ ପରିଚିତ ଥିଲେ । ଏଥିସହ ସେ ଶ୍ରୀ ଜଗନ୍ନାଥ ମନ୍ଦିର ଛେଣ୍ଡିପଦା , ବୈଦିକ ସତସଙ୍ଗ ଓ ଯୋଗକେନ୍ଦ୍ର , ସମେତ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ । Advertisement
ଭାରତୀୟ ବ୍ୟାପାରୀ ସଂଘର ପ୍ରତିଷ୍ଠା ଦିବସ ପାଳିତ ଅନୁଗୁଳ – କ୍ୟାଟ୍ (CAIT) କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସମସ୍ତ ଭାରତୀୟ ବ୍ୟାପାରୀ ସଂଘ) ଅନୁଗୁଳ ଜିଲ୍ଲା ଶାଖାର ପଞ୍ଚମ ପ୍ରତିଷ୍ଠା ଦିବସ ଗୁରୁବାର…
ଟ୍ରକ ଧକ୍କାରେ ସ୍ଵାମୀ ମୃତ ସ୍ତ୍ରୀ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସନ୍ତ୍ରୀ ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ମୋଟରସାଇକେଲ ଉପରେ ଏକ ଟ୍ରକ୍ ଚଢି ଯିବାରୁ ଘଟଣା…
ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅନୁଗୁଳ ଶାଖା ଗଠିତ ଅନୁଗୁଳ – ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅନୁଗୁଳ ଶାଖାର ବୈଠକ ପ୍ରତିଷ୍ଠାନର ରାଜ୍ୟ ଶାଖାର ମୁଖ୍ୟ ମାର୍ଗଦର୍ଶିକା ଶ୍ରୀମତୀ କୃଷ୍ଣା ମହାନ୍ତିଙ୍କ ସଭାପତିତ୍ୱରେ ବାଜି ରାଉତ ଛାତ୍ରାବାସର…