ଅନୁଗୁଳ – କ୍ୟାଟ୍ (CAIT) କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସମସ୍ତ ଭାରତୀୟ ବ୍ୟାପାରୀ ସଂଘ) ଅନୁଗୁଳ ଜିଲ୍ଲା ଶାଖାର ପଞ୍ଚମ ପ୍ରତିଷ୍ଠା ଦିବସ ଗୁରୁବାର ସନ୍ଧ୍ୟାରେ ଅନୁଗୁଳ ସହରର ଏକ ହୋଟେଲରେ ଆଡମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। କ୍ୟାଟ୍ ଅନୁଗୁଳ ଶାଖାର ଅଧ୍ୟକ୍ଷ ରାଜକୁମାର ଶୁକ୍ଳା ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନେସନାଲ୍ ଚେୟାରମ୍ୟାନ୍ ଶ୍ରୀ ବୃଜମୋହନ ଅଗ୍ରୱାଲ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀ ଦିଲୀପ କୁମାର ସାହୁ (ଅନୁଗୁଳ ବାର ଆସୋସିଏସନ୍ ସଭାପତି ) ଉପସ୍ଥିତ ଥିଲେ ଓ ସଂସ୍ଥାପନ ଅଧିକାରୀ ଜିତେନ୍ଦ୍ର ଗୁପ୍ତା ( ରାଜ୍ୟ ସଭାପତି ) ମଞ୍ଚାସୀନ ଥିଲେ ।

ଏହି ଅବସରରେ ନେସନାଲ୍ ଚେୟାରମ୍ୟାନ୍ ଶ୍ରୀ ବୃଜମୋହନ ଅଗ୍ରୱାଲ ନୂତନ ସଭାପତି ଶ୍ରୀ ସତ୍ୟନାରାୟଣ ମାଣ୍ଡୋଠିଆଙ୍କୁ ସଭାପତି ପଦର ଶପଥ ପାଠ କରାଇଥିଲେ। ପରେ ପୁରୁଣା କମିଟିର ଉପସଭାପତି ଶ୍ରୀ ରାଜେଶ ଧଳ ନୂତନ ସଭାପତିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ।
ଏହାପରେ ନୂତନ ସଭାପତି ଶ୍ରୀ ସତ୍ୟନାରାୟଣ ମାଣ୍ଡୋଠିଆ ନବଗଠିତ ଟିମର ଉପସଭାପତି ଶ୍ରୀ ଆଶିଷ ଅଗ୍ରୱାଲ ଏବଂ ଶ୍ରୀ ଅନିଲ କୁମାର ଅଗ୍ରୱାଲ, ସମ୍ପାଦକ ଶ୍ରୀ ରଣଜିତ ମାଣ୍ଡୋଠିଆ, କୋଷାଧ୍ୟକ୍ଷ ଶ୍ରୀ ବିମଲ କୁମାର ଅଗ୍ରୱାଲ, ଜଏଣ୍ଟ ସେକ୍ରେଟାରୀ ଶ୍ରୀ ଅମିତ କୁମାର ଅଗ୍ରୱାଲ, ପବ୍ଲିକ୍ ରିଲେସନ୍ ଅଫିସର ଶ୍ରୀ ଜଗନ୍ନାଥ ଅଗ୍ରୱାଲ ଏବଂ ଅନ୍ୟ ସମସ୍ତ ନୂତନ ସଦସ୍ୟଙ୍କୁ ଶପଥ ପାଠ କରାଇଥିଲେ। ଏହି ଅବସରରେ ବ୍ୟାପାରୀମାନଙ୍କର ଅଧିକାର ସୁରକ୍ଷା, ସ୍ଥାନୀୟ ବ୍ୟବସାୟର ବିକାଶ ଏବଂ ଛୋଟ ବ୍ୟବସାୟୀମାନଙ୍କ ସଶକ୍ତିକରଣ ପାଇଁ CAIT ର ଭୂମିକାକୁ ସମସ୍ତେ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲାର ବହୁ ବ୍ୟାପାରୀ, ସମାଜସେବୀ ଏବଂ ବିଭିନ୍ନ ସଂଗଠନର ସଦସ୍ୟମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

