ରେଙ୍ଗାଳି ଜଳଭଣ୍ଡାର ହେବ ମତ୍ସ୍ୟ ଚାଷର ପ୍ରୟୋଗଶାଳା

ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଠାରେ ଥିବା ଓଏଚପିସି ଅତିଥି ଭବନ ପରିସରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଏମଏସଏମଇ ବିଭାଗର କାର୍ଯ୍ୟକାରିତା ବିଷୟକୁ ନେଇ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡିଶା ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ପାଲଲହଡ଼ାର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଅଶୋକ ମହାନ୍ତି ଯୋଗ ଦେଇଥିଲେ । ଏହି ବୈଠକରେ ରେଙ୍ଗାଳି ଜଳଭଣ୍ଡାର ଠାରେ କେଜ କଲଚର ସମ୍ପ୍ରସାରଣ , ମସ୍ୟ ପାଳନ ପଶୁପାଳନର ସଶକ୍ତି କରଣ ଏବଂ ସ୍ଥାନୀୟ ଅଞ୍ଚଳରେ କ୍ଷୁଦ୍ର ଶିଳ୍ପର ବିକାଶ ମାଧ୍ୟମରେ କର୍ମ ନିଯୁକ୍ତି ସୃଷ୍ଟି କରିବା ବିଷୟରେ ଆଲୋଚନା କରାଯାଇଅଛି ।

ବିଶେଷ କରି ମତ୍ସ୍ୟ ଚାଷର ବିକାଶ ପାଇଁ ରେଙ୍ଗାଳି ଜଳ ଭଣ୍ଡାର ଠାରେ ହୋଇଥିବା ଜେଜ କଲଚରକୁ ଦେଖି ତାହାର ସଂପ୍ରସାରଣ ବିଷୟରେ ଆଲୋଚନା କରିଥିଲେ । ବର୍ତ୍ତମାନ ସ୍ଥିତିରେ ରେଙ୍ଗାଳି ଜଳ ଭଣ୍ଡାରଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାରି କୋଟି ବ୍ୟୟରେ ୪ ଗୋଟି କେଜ କଲଚର ଆରମ୍ଭ ହୋଇଥିଲା ବେଳେ ଗୋଟିଏ କେଜ କଲଚର ମୂଲ୍ୟ ୧ କୋଟି ଟଙ୍କା ଅଟେ । ଗୋଟିଏରୁ ପ୍ରାୟ ୩୦ ଟନ ମାଛ ଉତ୍ପାଦନ ହେବାର ସମ୍ଭାବନା ଅଛି ମତ୍ସ୍ୟ ଚାଷର ବୃଦ୍ଧି ପାଇଁ ଆଉ ପ୍ରାୟ ୧୨୬ ଗୋଟି କେଜ କଲଚର ନିର୍ମାଣ ସହ ରେଙ୍ଗାଳିକୁ ଏକ କେଜ କଲଚର ପ୍ରୟୋଗ ଶାଳା କରିବାକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ମଲିଜ ପ୍ରକାଶ କରିଛନ୍ତି । ଏଠାରେ ମାଛ ଚାଷ ପାଇଁ ପ୍ରକୃଷ୍ଟ ସ୍ଥାନ ଅଟେ, ମାଛ ପ୍ରକ୍ରିୟା କରଣ ଶିଳ୍ପ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବା ପାଇଁ ପ୍ରକାଶ କରିଥିଲେ, ସେହିପରି ରେଙ୍ଗାଳି ଓ ସହର ଗୁରୁଜାଙ୍ଗ ଠାରେ ମାଛ ପ୍ରକ୍ରିୟା କରଣ ଶିଳ୍ପ ସ୍ଥାପନ ପାଇଁ ବିଧାୟକ ତଥା ଜିଲ୍ଲା ଯୋଜନାକମିଟି ଅଧକ୍ଷ ଅଶୋକ ମହାନ୍ତି ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ପାଳଲହଡା ନିର୍ବାଚନ ମଣ୍ଡଳୀ ମତ୍ସ୍ୟଜୀବି ସମ୍ପ୍ରଦାୟଙ୍କ ଆର୍ଥିକ ବିକାଶ ପାଇଁ ଯୋଜନା କାର୍ଯ୍ୟକାରି ପାଇଁ ଅନୁରୋଧ କରିଥିଲେ । ମତ୍ସ୍ୟ ସମବାୟ ସମିତି ଗୁଡିକୁ ମତ୍ସ୍ୟ ଚାଷ କରିବା ପାଇଁ ମତ୍ସ୍ୟ ଚାଷୀ ପାଇଁ ଆବଶ୍ୟକୀୟ ଜାଲ , ମୋଟର ଚାଳିତ ବୋଟ , ଆଇସ ବାକ୍ସ ଦେବାକୁ ମଧ୍ୟ ଘୋଷଣା କରିଛନ୍ତି ।ଏହି ପ୍ରକଳ୍ପ ପାଇଁ ୧୨୬ କୋଟି ଟଙ୍କାର ପ୍ରସ୍ତାବ ସରକାରଙ୍କ ପାଖକୁ ପ୍ରସ୍ତାବିତ କରାଯାଇଥିବା ମାନ୍ୟବର ମନ୍ତ୍ରୀ ସୂଚନା ଦେଇଛନ୍ତି ।ଏହା ସହ ମାନ୍ୟବର ମନ୍ତ୍ରୀ ରାଜ୍ୟ ର ଅର୍ଥନୀତି କୁ ସୁଦୃଢ଼ କରିବା ସହ ରାଜ୍ୟ ମତ୍ସ୍ୟ ଚାହିଦା ମେଣ୍ଟାଇ ପାରିବ । ପ୍ରତିଟି ସରକାରୀ ସୁବିଧାକୁ ହିତାଧିକାରୀ ଙ୍କ ପାଖରେ ନିର୍ଦ୍ଧାରିତ ସମୟରେ ପହଞ୍ଚାଇବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲା ମତ୍ସ୍ୟ ଅଧିକାରୀ , ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ , ଜିଲ୍ଲା ଶିଳ୍ପ କେନ୍ଦ୍ର ର ମହାପ୍ରବନ୍ଧକ ସମେତ ସମସ୍ତ ବ୍ଲକ ଓ ଜିଲ୍ଲା ସ୍ତରର ଅଧିକାରୀ ମାନେ ଉପସ୍ଥିତ ଥିଲେ ଉପସ୍ଥିତ ଥିଲେ ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page