ଅନୁଗୋଳ – ଜାତୀୟ ରାଜପଥର ଚାରି ଲେନ୍ ନିର୍ମାଣ କାର୍ଯ୍ୟ ପାଇଁ ଅନୁଗୋଳ ଜିଲ୍ଲାରେ ନଭେମ୍ବର ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ଭାରୀ ମାଲବାହୀ ଗାଡ଼ି ଚଳାଚଳ ଉପରେ କଟକଣା ଜାରି ହୋଇଛି। ଜିଲ୍ଲାପାଳ ତଥା ଆର୍ଟିଏ ଅଧ୍ୟକ୍ଷ ଅବ୍ଦାଲ୍ ଏମ୍. ଅଖତର ଏନେଇ ଆଦେଶ ଜାରି କରିଛନ୍ତି।

ଆଦେଶ ଅନୁସାରେ, NH-53ର କିମି ଏବଂ NH-149 ରାସ୍ତାରେ ସକାଳ ୬ଟାରୁ ଅପରାହ୍ନ ୫ଟା ଯାଏଁ ୭.୫ ଟନ୍ କିମ୍ବା ତା’ଠାରୁ ଅଧିକ RLW ବିଶିଷ୍ଟ ମାଲବାହୀ ଗାଡ଼ି ଚଳାଚଳ ବନ୍ଦ ରହିବ। ଏହି ରାସ୍ତା ଗୋଡ଼ିବନ୍ଧ–ବଲହର ଛକ – ବଅଁରପାଳ–ଅନୁଗୋଳ ବାଇପାସ୍ ଅଞ୍ଚଳର ଚାରି ଲେନ୍ ମରାମତି କାମ ଜାରି ରହିବ ।
ଭାରୀ ଯାନ ଚଳାଚଳ ଓ ଟ୍ରାଫିକ୍ ଭିଡ଼ ଯୋଗୁଁ ନିର୍ମାଣ କାର୍ଯ୍ୟ ଏବଂ ରକ୍ଷଣାବେକ୍ଷଣରେ ବାଧା ଓ ସୁରକ୍ଷା ସମସ୍ୟା ଉପୁଜୁଥିବାରୁ NHAIର ଅନୁରୋଧକ୍ରମେ ଏହି ପଦକ୍ଷେପ ନିଆଯାଇଛି। ଅନ୍ୟ ସମସ୍ତ ଯାନବାହନ ସ୍ୱାଭାବିକ ଭାବେ ଚଳାଚଳ କରିପାରିବ। ଏହା ସହ ଏହି ଆଦେଶ ସଠିକ ଭାବେ କାର୍ଯ୍ୟକାରୀ ପାଇଁ ଅନୁଗୋଳ ଏସ୍ପିଙ୍କୁ ମଧ୍ୟ ତଦାରଖ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

