ଅପରାଧ ୪ ଲୁଟେରା ଗିରଫ – ବନ୍ଧୁକ , ଗୁଳି ଓ ସୁନା ଜବତ Angul OnlineJuly 24, 2021July 24, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସକୁ ମିଳିଛି ଏକ ବଡ ସଫଳତା । ଅନେକ ଦିନ ହେଲା ପୁଲିସର ନିଦ ହଜାଇ ଦେଇଥିବା ଏକ ଲୁଟେରା ଗ୍ୟାଙ୍ଗକୁ ପୁଲିସ କାବୁ କରି ପାରିଛି । ଗତକାଲି (ଶୁକ୍ରବାର) ବାଇପାସ୍ ଛକଠାରେ ନାକା ବନ୍ଦି କରୁଥିବା ସମୟରେ ଦୁଇଜଣ ଯୁବକ ଦୃତ ଗତିରେ ଏକ ଗାଡ଼ିରେ ଆସି ନାକାକୁ ଭେଦକରି ପଳାଇ ଯାଉଥିଲେ । ଏହି ସମୟରେ ଜଣେ ଯୁବକକୁ ପୁଲିସ୍ ଧରିବାରେ ସମର୍ଥ ହୋଇଥିଲା । ତାର ପାଖରୁ ଏକ ପିସ୍ତଲ ସହିତ ଏକ ଜୀବନ୍ତ ଗୁଳି ପାଇବା ପରେ ତାକୁ ଅଧିକ ପଚରାଉଚୁରା କରିଥିଲା । ଏହି ପଚରାଉଚୁରା ବେଳେ ଗତ ୧୮ ତାରିଖରେ ହୋଇଥିବା ସୁନା ଚେନ୍ ଚୋରି କରିଥିବା କଥାକୁ ସ୍ଵୀକାର କରିଥିଲା । ଏହା ସହ ଚୋରିରେ ସଂପୃକ୍ତ ଅନ୍ୟ ୩ ଜଣ ଅଭିଯୁକ୍ତଙ୍କ ସମପରକରେ ପୁଲିସ ସୂଚନା ପାଇ ସେମାନଙ୍କୁ ମଧ୍ୟ ଗିରଫ କରିବାରେ ସମର୍ଥ ହୋଇଥିଲା । ତାଳଚେର ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କ ତତ୍ୱାବଧାନରେ ଏସ୍.ଆଇ. ବିପ୍ଳବ ସାହୁ, ମନୋହର ପାତ୍ର ଓ ତାଳଚେର ଥାନା ପୁଲିସ୍ ବିଭିନ୍ନ ଜାଗାରେ ଛାନଭିନ୍ କରି ଏହି ଚୋରମାନଙ୍କୁ ଧରିବା ସହିତ ଚୋରି ସୁନା ଉଦ୍ଧାର କରିଥିଲେ । ତାଳଚେର ପୁଲିସ ଧରମପୁର ଗ୍ରାମର କମଳି ଓରଫ କମଳକାନ୍ତ ମହାପାତ୍ର , ବଲାସିଂହା ଗ୍ରାମର ମନୋଜ ବେହେରା ଓ ସାମନ୍ତ ପ୍ରଧାନ ଏବଂ ଟାଇସିଙ୍ଗା ଗ୍ରାମର ଅଜୟ କୁମାର ମହାରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ , ଗୁଳି ଓ ସୁନା ଜବତ କରିଛି । Advertisement
ଚକୋଲେଟ ଦେଇ ନାବାଳିକାଙ୍କୁ ଦୁଷ୍କର୍ମ – ଅଭିଯୁକ୍ତକୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅଞ୍ଚଳର ଜଣେ ୮ ବର୍ଷର ନାବାଳିକାଙ୍କୁ ଚକୋଲେଟ ଦେଇ ବୁଦା ଭିତରକୁ ଡାକି ନେଇ ଦୁଷ୍କର୍ମ କରିଥିବା ଜଣେ…
ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରାପଡା ଥାନା ଅଞ୍ଚଳରେ ଏବେ ମଧ୍ୟ ବେଆଇନ ଗଞ୍ଜେଇ ଚାଷ ହେଉଥିବା ଜଣା ପଡିଛି । ଆଜି କୌଣସି ସୂତ୍ରରୁ ଖବର…
ଗଞ୍ଜେଇରୁ ଅର୍ଜିଥିବା କୋଟିଏରୁ ଊର୍ଦ୍ଧ୍ଵ ସମ୍ପତ୍ତି ଜବତ ଛେଣ୍ଡିପଦା – ନିଶା ବେପାର କରି ଅର୍ଜିଥିଲେ କୋଟି କୋଟି ଟଙ୍କା । ରାତାରାତି ହୋଇଥିଲେ କୋଟିପତି । ଏବେ କଳା ସମ୍ପତ୍ତିକୁ ଜବତ କଲା ପୋଲିସ…