ଅପରାଧ ବାପା-ମା ଓ ସ୍ତ୍ରୀ ସମେତ ଜେଲ ଗଲେ ନକଲି ମଦ ମାଫିଆ Angul OnlineFebruary 25, 2022February 25, 2022 ଅନୁଗୁଳ – ଅନୁଗୁଳ ରାଣିଗୁଡା ଠାରେ ଘରଭଡା ନେଇ ନକଲି ମଦ ରାକେଟ ଚଳାଇଥିବା ମାଫିଆ ଜୟପ୍ରକାଶ ଗୁପ୍ତାକୁ ଗତକାଲି ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏବଂ ଅନ୍ୟ ଅଧିକାରୀ ମାନେ ବଅଁରପାଳ ଜେଏମ୍ଏଫ୍ସି କୋର୍ଟ ସମ୍ମୁଖରୁ ଧରିବା ପରେ କଟକ ନେଇଥିଲେ । ସେଠାରେ ଅବକାରୀ କମିଶନରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଜୟପ୍ରକାଶକୁ ଜେରା କରିଥିଲେ । ଜୟପ୍ରକାଶ ସେଠାରେ ତାର କଳାକାରନାମା ସମ୍ପର୍କରେ ଜଣାଇବା ପରେ ଅବକାରୀ ଅଫିସର ମାନେ ତାଜୁବ ହୋଇଯାଇଥିଲେ । ବର୍ଷ ବର୍ଷ ଧରି ଚାଲିଥିବା ଏହି କାରନାମାରେ ଜୟ ପ୍ରକାଶର ପରିବାର ଲୋକ ମଧ୍ୟ ସଂପୃକ୍ତ ଥିଲେ । ଜୟପ୍ରକାଶର ଘର ବିହାରର ରୋହତାସ ଜିଲ୍ଲାରେ ହୋଇଥିବା ବେଳେ ସେ କଲିକତାରୁ ନକଲି ମଦ ପ୍ରସ୍ତୁତ ପାଇଁ ଠିପି , ଲେବଲ ଆଦି ସାମଗ୍ରୀ ଆଣିବା ସହ ରାଜ୍ୟର ବିଭିନ୍ନ ସ୍ଥାନକୁ ଯୋଗାଉ ଥିଲା । ଯେଉଁଥିରେ ସେ ଆଉ ତାର ସଂପୂର୍ଣ୍ଣ ପରିବାର ସମ୍ପୃକ୍ତ ରହୁଥିଲେ । ଏହା ଜଣା ପଡିବା ପରେ ଅବକାରୀ ବିଭାଗ ଜୟପ୍ରକାଶ ସହ ତାର ସ୍ତ୍ରୀ ଅନିତା ଦେବୀ , ବାପା ଅଶୋକ ପ୍ରସାଦ ଓ ମାଆ ବିମଳା ଦେବୀଙ୍କୁ ଗିରଫ କରିଥିଲା । ଆଜି(ଶୁକ୍ରବାର) ସେମାନଙ୍କୁ ବଅଁରପାଳ ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । Advertisement
ବାଲି ଚୋରା ଚାଲାଣ ଚଢ଼ାଉ ବେଳେ ପୁଲିସକୁ ଆକ୍ରମଣ – ଘଟଣାରେ ଜଣେ ମହିଳାଙ୍କ ସମେତ ଦୁଇଜଣ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ବେଆଇନ ବାଲି ଚୋରା ଚାଲାଣ ଚଢ଼ାଉ ବେଳେ ପୁଲିସକୁ ଆକ୍ରମଣ ହୋଇଛି । ଏହି ଘଟଣାରେ ପୁଲିସ…
ଡିଜେଲ ଓ ସ୍କ୍ରାପ ଚୋରି ପର୍ଦାଫାସ – ୬ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ବିନ୍ଦଲ କମ୍ପାନୀରୁ ଚୋରି ହୋଇଥିବା ଜିନିଷ ପୁଲିସ ଉଦ୍ଧାର କରିବା ସହ ଏହି ଘଟଣାରେ ସମ୍ପୃକ୍ତ ୪…
କୋଟିଏରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ – ୫ ଜଣ ଗିରଫ ଅନୁଗୁଳ – ଅନୁଗୁଳ ଏସ ପି ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ଜରପଡା ପୁଲିସ, ଅବକାରୀ, ରାଜସ୍ୱ ଓ ବନବିଭାଗ ପକ୍ଷରୁ ମିଳିତ ଭାବେ ବକଳା ଗାଁ ନିକଟସ୍ଥ…