ମୁଖ୍ୟ ଖବର ନଦୀରେ ଭାସିଗଲେ ଦୁଇ ସାଙ୍ଗ – ଜଣେ ଉଦ୍ଧାର , ଜଣେ ମୃତ Angul OnlineJanuary 25, 2022January 25, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କଙ୍କିଳି ଗାଁ ନିକଟ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ ଅଘଟଣ । ଭୋଜି କରିବାକୁ ନଦୀ ଘାଟକୁ ଆସିଥିବା ବେଳେ ଗାଧୋଉଥିବା ସମୟରେ ନଦୀରେ ଭାସିଗଲେ ଦୁଇ ସାଙ୍ଗ । ଜଣଙ୍କୁ ଅନ୍ୟ ସାଙ୍ଗ ମାନେ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣଙ୍କୁ ମୃତ ଅବସ୍ଥାରେ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କରିଥିଲେ । ମୃତକ ଜଣକ ହେଲେ ବିହାର ପାଟନା ଅଞ୍ଚଳର ଅଭିଷେକ ଆନନ୍ଦ । ସୂଚନା ଅନୁଯାୟୀ ଆଜି ତାଳଚେର କଙ୍କିଳି ଗ୍ରାମ ନଦୀ ଘାଟ ନିକଟକୁ ୭ ଜଣ ସାଙ୍ଗ ଭୋଜି କରିବାକୁ ଆସିଥିଲେ । ତାଙ୍କ ଭିତରୁ ଦୁଇ ଜଣ ଗାଧୋଇବାକୁ ଯାଇଥିବା ବେଳେ ଗଭୀର ପାଣିରେ ଭାସି ଯାଇଥିଲେ । ସେଥି ମଧ୍ୟରୁ ଜଣଙ୍କୁ ସାଙ୍ଗମାନେ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ପାଣିର ପ୍ରଖର ସ୍ରୋତରେ ଭାସି ବୁଡି ଯାଇଥିଲେ । ବହୁ ସମୟ ଖୋଜାଖୋଜି ପରେ ଗ୍ରାମବାସୀ ମାନେ ମୃତ ଅବସ୍ଥାରେ ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରିଥିଲେ । ମୃତକ ଜଣକ ଅନୁଗୁଳର ଏକ ଘରୋଇ ଇଂଜିନିୟରିଂ କଲେଜର ବିଟେକ ମାଇନିଂ ଦ୍ଵିତୀୟ ବର୍ଷର ଛାତ୍ର ଥିଲେ । ସେ ତାଳଚେର ରେମୁଆଁ ଠାରେ ଭଡାରେ ରହି ପାଠ ପଢୁଥିଲେ । ଘଟଣା ସ୍ଥଳରେ ତାଳଚେର ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । Advertisement
କାଙ୍ଗୁଲା ଦୁଷ୍କର୍ମ ଓ ହତ୍ୟା ମାମଲା – ଦୋଷୀ ସାବସ୍ତ୍ୟ ହେଲା ଅନାମ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ବହୁ ଚର୍ଚିତ କାଙ୍ଗୁଲା ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା ଘଟଣାର ଅଭିଯୁକ୍ତ ଅନାମ ଦୋଷୀ ସାବସ୍ତ୍ୟ ହୋଇଛି…
ଓକିଲ ସଂଘ ନିର୍ବାଚନ ପ୍ରକ୍ରିୟାରେ ହାଇକୋର୍ଟଙ୍କ ହସ୍ତକ୍ଷେପ – ତାଲିକାରୁ କଟିଥିବା ୩ ଓକିଲ ଦେଇ ପାରିବେ ଭୋଟ ଅନୁଗୁଳ – ଆସନ୍ତା ୨୮ ତାରିଖରେ ଅନୁଗୁଳ ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ ହେବ। ଏଥିପାଇଁ ପ୍ରସ୍ତୁତ ଭୋଟର ତାଲିକାରୁ କଟିଥିବା ୩ ଜଣ ଆଇନ୍ଜୀବୀଙ୍କୁ ଭୋଟଦାନ…
ବ୍ରାହ୍ମଣଦେଇପଡାରୁ ଶିଶୁପୁତ୍ର ଉଦ୍ଧାର ଅନୁଗୁଳ – ଅନୁଗୁଳ ସହର ବ୍ରାହ୍ମଣଦେଇପଡାରୁ ଏକ ନବଜାତକ ଶିଶୁପୁତ୍ର ଉଦ୍ଧାର କରାଯାଇଛି । ପଡାର ଏକ ପିଣ୍ଡିରେ କପଡ଼ାରେ ଗୁଡା ହୋଇ ଶିଶୁପୁତ୍ରଟି ପଡିଥିବା ବେଳେ…