ବେଆଇନ କୋଭିଡ ଟେଷ୍ଟ ଅଭିଯୋଗରେ ପାଥୋଲାବ ସିଲ – ମାଲିକ ଗିରଫ

ତାଳଚେର – ବେଆଇନ କୋଭିଡ ଟେଷ୍ଟ୍ କରୁଥିବା ଏକ ଘରୋଇ ପାଥୋଲାବକୁ ସିଲ କରିଛି ସ୍ଥାନୀୟ ତାଳଚେର ପ୍ରଶାସନ । କିଛି ଦିନ ହେଲା କୋଭିଡ୍ ଟେଷ୍ଟି ପାଇଁ ସାରା ଜିଲ୍ଲାରେ ଅଭାବ ଦେଖା ଦେଇଥିବା ବେଳେ ତାଳରଚେର ଆଇଟିଆଇ ଛକସ୍ଥିତ ପଞ୍ଚମୁଖୀ ପାଥୋଲାବରେ କେଭିଡ଼ ଟେଷ୍ଟି ଚାଲିଥିଲା । ଖବର ପାଇ ତାଳଚେର ଏସଡିପିଓ ଏହି ପାଥୋଲାବ ଉପରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଉକ୍ତ ପାଥୋଲାବରୁ ବିପୁଳ ପରିମାଣର ଆଣ୍ଟିଜେନ ଓ ଆରଟିପିସିଆର କିଟ୍ ଜବତ କରାଯାଇଛି । ଚଢାଉ ହେବା ସମୟରେ ସେଠାରେ ଅନୁଗୁଳ ଓ ତାଳଚେରର କିଛି ଲୋକ ଏହି ପରୀକ୍ଷା କରାଇବାକୁ ଆସିଥିଲେ । ଏଠାରେ ଆଣ୍ଟିଜେନ୍ ଟେଷ୍ଟ ପାଇଁ ୮ ଶହରୁ ୧ ହଜାର ଟଙ୍କା ନେଉଥିବା ବେଳେ ଆରଟିପିସିଆର ଟେଷ୍ଟ ପାଇଁ ୧୨ ଶହରୁ `୧୫ ଶହ ଟଙ୍କା ନିଆ ଯାଉଥିଲା ବୋଲି ଜଣା ପଡିଛି । ଏଥିନେଇ ତାଳଚେର ଏସ୍‌ଡିପିଓ ନିତିଶ ୱାଧାନୀଙ୍କୁ ପଚାରିବାରୁ ସେ କହିଥିଲେ ଯେ , ତାଳଚେର ଆଇଟିଆଇ ଛକ ନିକଟରେ ଥିବା ପଞ୍ଚମୁଖୀ ପାଥୋଲାରେ କରୋନା ଟେଷ୍ଟ ବେଆଇନ୍ ଭାବରେ ହେଉଥିବା ଖବର ପାଇ ଚଢ଼ାଉ କରାଯାଇଥିଲା । ପୁଲିସ୍ ଏହି ପାଥୋଲାବ ମାଲିକକୁ ଗିରଫ କରିବା ସହ ତାଙ୍କ ମୋବାଇଲରେ ଥିବା କିଛି ଜନସାଧାରଣଙ୍କ ତଥ୍ୟକୁ ମଧ୍ୟ ଜବତ କରିଥିବା ଜଣା ପଡ଼ିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page