ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଅନୁଗୋଳ – ଏକ ହତ୍ୟା ମାମଲାରେ ଅନୁଗୋଳ ଜିଲ୍ଲା ଓ ଦୌରା ଜଜ୍ ନିରଞ୍ଜନ ପଣ୍ଡା ଗୁରୁବାର ୪ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଦୋଷୀ ସାବ୍ୟସ୍ତ ଅଭିଯୁକ୍ତମାନେ ହେଲେ ବନ୍ଦା ଗାଁର ଅଭିମନ୍ୟୁ ସାହୁ, ବନ୍ଦା ଗାଁର ମନୋଜ କୁମାର ସାହୁ ଓରଫ ଲିଙ୍କୁ, ଗୋତମରା ଗାଁର ସଞ୍ଜୟ ବେହେରା ଓରଫ ଗେଟୁ ଏବଂ ଗୋତମରା ଗାଁର ରଞ୍ଜିତ ବିଶ୍ୱାଳ ଓରଫ ରାନିଆ।

ଅଦାଲତ ପ୍ରତ୍ୟେକ ଦୋଷୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦାୟ ହେଲେ ଅତିରିକ୍ତ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ।

ବଅଁରପାଳ ଥାନା କେସ୍ ନମ୍ବର ୧୮୪/୨୦୧୮ ଆଧାରରେ ରୁଜୁ ହୋଇଥିବା ସେସନ୍ସ ମାମଲା ନମ୍ବର ୩୪/୨୦୧୯ର ବିଚାର କରି ଅଦାଲତ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୦୨ ଅନୁଯାୟୀ ଏହି ରାୟ ଶୁଣାଇଛନ୍ତି। ସୂଚନା ଅନୁସାରେ ସାନଗାଡ଼ିଆ ଗାଁର ପ୍ରକାଶ ସାମଲ ନାମକ ଜଣେ ଯୁବକ ବନ୍ଦା ଗାଁର ଅଭୟ ସାହୁଙ୍କ ଗାଡି ଡ୍ରାଇଭର ଭାବେ କାମ କରୁଥିଲେ । ୨୫/୦୯/୧୮ ତାରିଖ ସନ୍ଧ୍ୟାରେ ଅଭୟଙ୍କର ସହଯୋଗୀ ଲିଙ୍କୁ ଘରୁ ପ୍ରକାଶକୁ ଡାକି ନେଇଥିଲେ । ତେବେ ବିଳମ୍ବିତ ରାତିରେ ପ୍ରକାଶ ଗୁରୁତର ଅବସ୍ଥାରେ ଆଡ଼ମିଟ ହୋଇଥିବା ଏକ ଘରୋଇ ଡାକ୍ତରଖାନାରୁ ପ୍ରସକାଶଙ୍କ ଘରକୁ ଖବର ଯାଇଥିଲା । ଘର ଲୋକ ସେଠାରେ ପହଞ୍ଚି ପ୍ରକାଶଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ କଟକ ନେଇ ଯାଇଥିଲେ । ତେବେ ବାଟରେ ପ୍ରକାଶଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ପ୍ରକାଶଙ୍କୁ ପିଟି ପିଟି ହତ୍ୟା କରା ଯାଇଥିବା ଘରଲୋକ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ କରି ୪ ଜଣଙ୍କୁ ଗିରଫ କରି ମାମଲା ଦାୟର କରିଥିଲା । ଏହି ମାମଲରେ ଆଜି ହତ୍ୟା ଅଭିଯୋଗରେ ଅଦାଲତ କାରାଦଣ୍ଡାଦେଶ ଶୁଣାଇଥିଲେ ।

ସରକାରଙ୍କ ପକ୍ଷରୁ ଅନୁଗୋଳର ପବ୍ଲିକ୍ ପ୍ରସିକ୍ୟୁଟର ପ୍ରଶାନ୍ତ କୁମାର ମଲ୍ଲିକ ମାମଲା ପରିଚାଳନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page