ଅନୁଗୋଳ – ଅନୁଗୋଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲା ଛକରେ ଥିବା ଏକ ଭେରାଇଟି ଷ୍ଟୋରରୁ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ଏହି ଘଟଣାରେ ସମ୍ପୃକ୍ତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ନିକଟରୁ ଚୋରି ସାମଗ୍ରୀ ସହ ନଗଦ ୧୭ ହଜାର ଟଙ୍କା ଜବତ ହୋଇଛି।

ଅନୁଗୋଳ ସଦର ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କ ସୂଚନା ଅନୁଯାୟୀ, ଟିପିରିସିଂହା ଗ୍ରାମର ବିକାଶ ମହାପାତ୍ର ପଞ୍ଚମହଲା ଛକରେ ଏକ ଭେରାଇଟି ଷ୍ଟୋର କରି ଚଳନ୍ତି । ଗତ ୧୭ ଓ ୧୮ ନଭେମ୍ବର ମଧ୍ୟବର୍ତ୍ତୀ ରାତିରେ ଦୁର୍ବୃତ୍ତମାନେ ଦୋକାନର ତାଲା ଭାଙ୍ଗି ଦୋକାନରେ ଥିବା ବିଭିନ୍ନ ସ୍ନାକ୍ସ ସାମଗ୍ରୀ ସହ ନଗଦ ୨୦ ହଜାର ଟଙ୍କା ଚୋରି କରି ନେଇଥିଲେ। ଏ ନେଇ ଦୋକାନ ମାଲିକଙ୍କ ଅଭିଯୋଗ ପରେ ଅନୁଗୋଳ ସଦର ଥାନାରେ କେସ୍ ନମ୍ବର ୧୦୬୭/୨୦୨୬, ଦଫା ୩୩୧(୪)/୩୦୫(କ) BNS ଅନୁଯାୟୀ ମାମଲା ରୁଜୁ ହୋଇଥିଲା।
ମାମଲାର ତଦନ୍ତ କରି ପୁଲିସ ଗୋବିନ୍ଦ ଚନ୍ଦ୍ର ରାଉତ ଓରଫ ବିକି (୩୩), ଆଶିଷ ଓରଫ ଆଶୁ ସାହୁ (୨୪) ଏବଂ ନୀଳକଣ୍ଠ ଶଙ୍ଖାରୀ (୫୦)ଙ୍କୁ ଗିରଫ କରିଛି।
ତଦନ୍ତ ସମୟରେ ଅଭିଯୁକ୍ତ ଆଶିଷ ଓରଫ ଆଶୁ ସାହୁଙ୍କ ନିକଟରୁ ଚୋରି ହୋଇଥିବା ସାମଗ୍ରୀ ସହ ୧୭ ହଜାର ଟଙ୍କା ଜବତ କରାଯାଇଛି।

