ବାଣିଜ୍ୟ ବିଗୱିଙ୍ଗର ଶୁଭ ଉଦଘାଟନ Angul OnlineNovember 29, 2021November 29, 2021 ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅତି ପ୍ରତିକ୍ଷିତ ଏବଂ ଆକର୍ଷଣୀୟ ପ୍ରିମିୟମ ହୋଣ୍ଡାର ଡିଲରଶିପ ହୋଣ୍ଡା ବିଗୱିଙ୍ଗର ଶୁଭ ଉଦଘାଟନ ହୋଇ ଯାଇଛି । ଅନୁଗୁଳ ପଞ୍ଚମହଲା ଠାରେ ଉଦଘାଟନ ହୋଇଥିବା ଏହି ଶୋ-ରୁମକୁ ରାମ ଚନ୍ଦ୍ର ବମଲିଆ ଏବଂ ଲକ୍ଷ୍ମୀ ଦେବୀ ଅଗ୍ରୱାଲା ଉଦଘାଟନ କରିଥିଲେ । ଏହି ଶୋ-ରୁମରେ କେବଳ ହୋଣ୍ଡାର ୩୦୦ ସିସିରୁ ଆରମ୍ଭ କରି ୧୮୦୦ ସିସି ପର୍ଯ୍ୟନ୍ତ ହୋଣ୍ଡା ପ୍ରିମିୟମ ମୋଟରସାଇକେଲ ଏବଂ ସ୍କୁଟର ଉପଲବ୍ଧ ରହିବ । ମୁଖ୍ୟତଃ ହିଙ୍ଗନେସ ୩୫୦ , ୩୫୦ଆର , ସିବି ୧୦୦୦ ଆର+ , ସିବିଆର ୧୦୦୦ ଆରଆର , ଏଫ୍ରିକାନ ଟ୍ଵିନ ଏବଂ ଗୋଲ୍ଡ ୱିଙ୍ଗ ପରି ନାମିଦାମି ମଡେଲ ଉପଲବ୍ଧ ରହିବ ଏବଂ ସମସ୍ତ ପ୍ରକାରର ସର୍ଭିସର ସୁବିଧା ଏବଂ ସହଜ ଫାଇନାନ୍ସର ବ୍ୟବସ୍ଥା କରା ଯାଇଛି । ଏହା ସହ ଗ୍ରାହକ ମାନେ ଏଠାରେ ସେମାନଙ୍କର ପୁରୁଣା ଗାଡି ଏକ୍ସଚେଞ୍ଜ କରାଇ ନୂତନ ନିଜ ମନମୁତାବକ ମୋଟରସାଇକେଲ ନେଇ ପାରିବେ । ବିଗୱିଙ୍ଗର ଏହି ଉଦଘାଟନ ଅବସରରେ ଏହାର ସତ୍ଵାଧିକାରୀ ସୁଜିତ କୁମାର ଅଗ୍ରୱାଲ ଉପସ୍ଥିତ ଥିବା ବେଳେ ଏଠାରେ ଗ୍ରାହକ ମାନଙ୍କୁ ଅତ୍ୟାଧୁନିକ ଗାଡି ସହିତ ଉତ୍ତମ ସେବା ଯୋଗାଇ ଦିଆଯିବାକୁ ସେ ସଂକଲ୍ପବଦ୍ଧ ବୋଲି କହିଥିଲେ । Advertisement
କୋଭିଡ଼ ଦ୍ଵିତୀୟ ଲହରିକୁ ପ୍ରତିହତ କରିବା ପାଇଁ ଜେଏସପିଏଲର ପ୍ରସ୍ତୁତି ଅନୁଗୁଳ – ଅନୁଗୁଳ ଜିଲ୍ଲା ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ୬ ମିଲିୟନ ଟନ କ୍ଷମତା ସଂପନ୍ନ ବୃହତ୍ତ ଇସ୍ପାତ କାରଖାନା ପକ୍ଷରୁ…
ମେକ୍ଆଶ୍ୱର ଅନଲାଇନ ପ୍ଲାଟଫର୍ମ ଉନ୍ମୋଚିତ ଅନୁଗୁଳ – ଅନୁଗୁଳ ସନ୍ତୁଳା ହୋଟେଲଠାରେ ମେକ୍ଆଶ୍ୱର (MakeAssure ଛୋଟରୁ ବଡ ଅଫଲାଇନ ବ୍ୟବସାୟ ଏବଂ ସର୍ଭିସ ପ୍ରଦାନକାରୀ ଗୁଡିକ ନିମନ୍ତେ ଏକ ଅନଲାଇନ ପ୍ଲାଟଫର୍ମ) ସଂସ୍ଥାର…
ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ମିଶନ ଜିରୋ ହଙ୍ଗର ଏଣ୍ଡ ଆଜୀବିକା କାର୍ଯ୍ୟକ୍ରମ ସିଏସଆର ଟାଇମ୍ସ ପୁରସ୍କାରରେ ସମ୍ମାନିତ ଭୁବନେଶ୍ଵର – ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି) ନିଜର ଉଲ୍ଲେଖନୀୟ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ ପଦକ୍ଷେପ ପାଇଁ ଦୁଇଟି ପୃଥକ ବର୍ଗରେ…