ବାଣିଜ୍ୟ ଜେଏସପିକୁ ସିଏସଆର ଜର୍ଣ୍ଣାଲ ଉତ୍କର୍ଷ ପୁରସ୍କାର Angul OnlineFebruary 27, 2023February 27, 2023 ଭୁବନେଶ୍ୱର – ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ, ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)କୁ ସମ୍ମାନଜନକ ସିଏସ୍ଆର୍ ଜର୍ଣ୍ଣାଲ ଉତ୍କର୍ଷ ପୁରସ୍କାର ୨୦୨୨ରେ ସମ୍ମାନୀତ କରାଯାଇଛି । ଦିବ୍ୟାଙ୍ଗ ପିଲା ମାନଙ୍କ ପାଇଁ ଜେଏସପି ଦ୍ବାରା କାର୍ଯ୍ୟକରୀ କରାଯାଉଥିବା ‘ଆଶା – ଦ ହୋପ’ ପଦକ୍ଷେପ ନିମନ୍ତେ ଜେଏସପିକୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି । ମୁମ୍ବାଇ ସ୍ଥିତ ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜରେ ୨୫ ଫେବ୍ରୁଆରୀ ୨୦୨୩ ଦିନ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜେଏସପିର ସଭାପତି ତଥା ଗ୍ରୁପ ମୁଖ୍ୟ (ସିଏସଆର) ପ୍ରଶାନ୍ତ ହୋତା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପୂର୍ବତନ ନିର୍ବାଚନ କମିଶନର ଜେଏସ୍ ସାହାରିଆଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ମହାରାଷ୍ଟ୍ରର ମାନ୍ୟବର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହିତ ସିଏସଆର କାର୍ଯ୍ୟକ୍ରମ ପାଇଁ କମ୍ପାନୀ ମାନଙ୍କୁ ପ୍ରଶଂସା କରିଥିଲେ । ଏହି ସମ୍ମାନଜନକ ପୁରସ୍କାର ନିମନ୍ତେ ଜେଏସପି ଏବଂ ଜେଏସପି ଫାଉଣ୍ଡେସନକୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ, “ଦିବ୍ୟାଙ୍ଗ ମାନଙ୍କୁ ଥଇଥାନ କରିବା ଏବଂ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଦ ହୋପ, ଜେଏସପି ଫାଉଣ୍ଡେସନର ଏକ ପ୍ରମୁଖ କାର୍ଯ୍ୟକ୍ରମ । ଆମର ସ୍ବପ୍ନ ଏକ ଅନ୍ତର୍ଭୁକ୍ତି ଭାରତ, ଯେଉଁଥିରେ କୌଣସି ବ୍ୟକ୍ତି ଜୀବନ ପାଇଁ ମୌଳିକ ଆବଶ୍ୟକତାରୁ ବଞ୍ଚିତ ନ ହେବେ । ଶିକ୍ଷା ସମାଜର ବିକାଶ ପାଇଁ ଏକ ମୌଳିକ ଆବଶ୍ୟକତା । ମୋର ଦୃଢ ବିଶ୍ବାସ ଅଛି, ଯଦି ଆମେ ଦିବ୍ୟାଙ୍ଗ ପିଲା ଏବଂ ନାଗରିକ ମାନଙ୍କୁ ଉପଯୁକ୍ତ ପୁନର୍ବାସ ଏବଂ ସ୍ବତନ୍ତ୍ର ଶିକ୍ଷା ଦେବା, ତେବେ ସେମାନେ ମଧ୍ୟ ଦେଶ ଗଠନରେ ଯୋଗଦାନ କରି ପାରିବେ । ଆମର କାର୍ଯ୍ୟକୁ ସ୍ୱୀକୃତି ଦେଇଥିବାରୁ ଏବଂ ଆମକୁ ଏହି ସମ୍ମାନଜନକ ସିଏସଆର ଜର୍ନାଲ୍ ଉତ୍କର୍ଷ ପୁରସ୍କାର ବିଜେତା ଭାବରେ ଚୟନ କରିଥିବାରୁ ମୁଁ ଜୁରୀଙ୍କୁ ଧନ୍ୟବାଦ ଦେଉଛି” । Advertisement
ଲକ୍ଷ୍ମୀ ହୋଣ୍ଡାର ପୂଜା ଅଫର ଅନୁଗୁଳ – ହୋଣ୍ଡା ମୋଟର ସାଇକେଲ ଏବଂ ସ୍କୁଟର ଇଣ୍ଡିଆ ର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡା ଠାରେ ପବିତ୍ର ପୂଜା ଅବସରରେ scratch & win…
ସୁନାଗହଣା ଦୋକାନରେ ଅନିୟମିତତା – ୭ ଦୋକାନକୁ ୨୭ ହଜାର ଜୋରିମାନା ଅନୁଗୁଳ – ଅନୁଗୁଳ ସହରର ବିଭିନ୍ନ ସୁନାଗହଣା ଦୋକାନ ଗୁଡିକରେ ଏନଫୋର୍ସମେଣ୍ଟ ସ୍କ୍ବାଡ ଚଢାଉ କରି ଲାଇସେନ୍ସ , ଓଜନମାପ ଓ ଦରଦାମରେ ଅନିୟମିତତା ଅଭିଯୋଗ ନେଇ…
କରୋନା ଶୁଙ୍ଖଳ ଭାଙ୍ଗିବାକୁ ଆଗକୁ ଆସିଲା ବ୍ୟବସାୟୀ ସଂଘ – ଅପରାହ୍ନରେ ରହିବ ବଜାର ବନ୍ଦ ଅନୁଗୁଳ – ଅନୁଗୁଳ ଜିଲ୍ଲା ତଥା ସହରରେ କରୋନା ସଂକ୍ରମଣ ବଢି ବଢି ଚାଲିଛି । ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ଅଧିକ ବିଗୁଡୁଥିବା ବେଳେ…