Uncategorizedଆଞ୍ଚଳିକବାଣିଜ୍ୟ ଦିନିକିଆ ଗସ୍ତରେ କୋଲ ଇଣ୍ଡିଆ ଚେୟାରମ୍ୟାନ Angul OnlineJanuary 8, 2021January 8, 2021 ତାଳଚେର – କୋଲ ଇଣ୍ଡିଆ ଚେୟାରମ୍ୟାନ ପ୍ରମୋଦ ଅଗ୍ରୱାଲ ଦିନିକିଆ ତାଳଚେର ଗସ୍ତରେ ଆସି ଏମ.ସି.ଏଲ.ର ଲିଙ୍ଗରାଜ ଓ ଭୁବନେଶ୍ଵରୀ କୋଇଲାଖଣି ବୁଲି ଦେଖିଥିଲେ । ପରେ ଏମସିଏଲର ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ଦେଶରେ କୋଇଲା ଚାହିଦାକୁ ଦୃଷ୍ଟିରେ ରଖି ଏଠାରେ ଥିବା ସମସ୍ତ ଖଣିରୁ କିପରି ସୁଚାରୁ ରୂପେ କୋଇଲା ଉତ୍ତୋଳନ ହୋଇପାରିବ ସେଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଲିଙ୍ଗରାଜ ଓ ଭୁବନେଶ୍ୱରି କୋଇଲା ଖଣିରେ ଦୁଇଟି CHP ପ୍ରସ୍ତୁତ କରାଯାଉଛି ତାହା ଅତିଶୀଘ୍ର ସମ୍ପୂର୍ଣ କରିବାପାଇଁ ନିର୍ଦେଶ ଦେଇଛନ୍ତି । ଏହି CHP କାର୍ଯ୍ୟକାରୀ ହେଲେ ପ୍ରଦୂଷଣର ମାତ୍ରା ମଧ୍ୟ କମିବ । ଏମ.ସି.ଏଲ ଦ୍ୱାରା ନିର୍ମିତ ମେଡିକାଲ କଲେଜ ମଧ୍ୟ ଅତିଶୀଘ୍ର ଚାଲୁ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି କୋଲ ଇଣ୍ଡିଆ ଚେୟାରମ୍ୟାନ ପ୍ରମୋଦ ଅଗ୍ରୱାଲ ସୂଚନା ଦେଇଛନ୍ତି । ଅପରପକ୍ଷରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଚେୟାରମ୍ୟାନଙ୍କୁ ଭେଟି ଏଗାର ଦଫା ଦାବିପତ୍ର ପ୍ରଦାନ କରିଥିଲେ । Advertisement
ସ୍ତ୍ରୀ ପଳେଇଲା ବୋଲି ଭାଇକୁ ସନ୍ଦେହ କରିବାରୁ ଗୁଳି ମାରିଦେଲା ଯୁବକ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ କମଳପୁର ଗ୍ରାମରେ ଗୁଳି ମାଡରେ ଜଣେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।…
ଅଦିନିଆ ବର୍ଷା ପାଇଁ ଧାନ ଓ ପନିପରିବା ଚାଷ କ୍ଷୟକ୍ଷତିର ଉପଯୁକ୍ତ କ୍ଷତିପୂରଣ ଦାବି ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଅଦିନିଆ ବର୍ଷା ଯୋଗୁଁ ଧାନ ଜମିରେ ପାଣି ଏବେ ମଧ୍ୟ ଜମି…
ନବୀନ ଜିନ୍ଦଲଙ୍କ ଜନ୍ମଦିନ, ଫିଟନିସ୍ ଦିବସ ଭାବେ ପାଳିତ ଅନୁଗୁଳ-ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର (ଜେଏସପି)ର କର୍ମଚାରୀମାନେ ସ୍ଥାନୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହିତ ଏକତ୍ରିତ ହୋଇ ଜେଏସପିର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ଜନ୍ମଦିନ ବେଶ ଧୂମଧାମରେ…