ଅପରାଧ ମାତୃହନ୍ତା ପୁଅକୁ ଆଜୀବନ କାରାଦଣ୍ଡାଦେଶ Angul OnlineJuly 13, 2023July 13, 2023 ଅନୁଗୋଳ – ମାତୃହନ୍ତା ପୁଅକୁ ଆଜୀବନ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜୋରିମନାରେ ଦଣ୍ଡିତ କରିଛନ୍ତି ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ନିଶା ଥାନା ନିଶା ଗାଁର ଚନ୍ଦ୍ରମଣି ପୃଷ୍ଟି (୩୬) ଘରେ କାମ ଧନ୍ଦା କରୁ ନଥିବା ବେଳେ ମଦ ପିଇବାକୁ ମା ପ୍ରମୋଦିନୀ ଓ ସ୍ତ୍ରୀ ଉପମା ପୃଷ୍ଟିଙ୍କୁ ଟଙ୍କା ମାଗନ୍ତି । ଟଙ୍କା ନ ଦେଲେ ମାଡ଼ ପିଟ ଓ ଗାଳି ଗୁଳଜ କରନ୍ତି । ତେବେ ଗତ ୨୦୨୧ ମସିହା ମେ ମାସ ୬ ତାରିଖ ଦିନ ଅନୁରୂପ ଭାବେ ମା ପ୍ରମୋଦିନୀଙ୍କୁ ଟଙ୍କା ମାଗିଥିଲେ । ତେବେ ପ୍ରମୋଦିନୀ ଟଙ୍କା ଦେବାକୁ ମନା କରିବାରୁ ଚନ୍ଦ୍ରମଣି ରାଗରେ ପ୍ରମୋଦିନୀଙ୍କୁ ଠେଲି ଦେଇଥିଲା । ପ୍ରମୋଦିନୀ ତଳେ ପଡିଯିବା ପରେ ବିଧା , ଗୋଇଠା ମାରି ଚାଲିଥିଲା । ପାଟି ଶୁଣି ସ୍ତ୍ରୀ ଉପମା ଦୌଡ଼ି ଆସି ଛଡାଇବାକୁ ଚେଷ୍ଟା କଲା ବେଳେ ତାଙ୍କୁ ମଧ୍ୟ ମାଡ଼ ମାରିଥିଲା । ତେବେ ଏହି ମାଡରେ ମା ପ୍ରମୋଦିନୀଙ୍କ କାନ ଓ ନାକରୁ ରକ୍ତଶ୍ରାବ ହେବା ସହ ଚେତାଶୂନ୍ୟ ହୋଇ ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ସେଠାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରିଥିବା ବେଳେ ପାରିବାରିକ ସମସ୍ୟା ଯୋଗୁଁ ପରିବାର ଲୋକ ପ୍ରମୋଦିନୀଙ୍କୁ ଘରକୁ ନେଇ ଯାଇଥିଲେ । ଆଉ ରାତି ପ୍ରାୟ ୮ ଟା ବେଳେ ପ୍ରମୋଦିନୀଙ୍କ ମୃତ୍ୟୁ ହୋଇ ଯାଇଥିଲା । ଏହା ପରେ ଉପମା ପୃଷ୍ଟି ଏ ନେଇ ନିଶା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଚନ୍ଦ୍ରମଣିଙ୍କୁ ଗିରଫ କରି ଵିଚାର ବିଭାଗୀୟ ହାଜତକୁ ପଠାଇଥିଲା । ଆଜି ଏହି ମାମଲାରେ ୧୭ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଆଧାରରେ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରାଯାଇଛି । ମାନ୍ୟବର ଜଜ ଅନୁପ ରଞ୍ଜନ ପଟ୍ଟନାୟକ ଏହି ମାମଲାର ଶୁଣାଣି କରିଥିବା ବେଳେ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ପ୍ରଦୀପ କୁମାର ଦାସ କେଶ ପରିଚାଳନା କରିଥିଲେ । Advertisement
ସାଙ୍ଗ ଭଉଣୀଙ୍କୁ ଅପହରଣ ଓ ଦୁଷ୍କର୍ମକରି ଯୁବକ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଜଣେ ୧୪ ବର୍ଷର ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ମଙ୍ଗଳବାର ଗିରଫ…
୧୭ ଗ୍ରାମ ବ୍ରାଉନସୁଗାର ଜବତ – ୫ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ପୁଲିସ ଆଜି ଦୁଇଟି ଭିନ୍ନ ଭିନ୍ନ ଜାଗାରୁ ପ୍ରାୟ ୧୫ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ୫ ଜଣଙ୍କୁ ଗିରଫ…
ଗାନ୍ଧୀ ମାର୍ଗରୁ ଲୁଟିନେଲେ ୧୦ ଲକ୍ଷ ଟଙ୍କା ଅନୁଗୁଳ – ଅନୁଗୁଳ ଗାନ୍ଧୀ ମାର୍ଗରେ ଲୁଟ । ଦିନ ଦ୍ବୀପହରରେ ଲୁଟେରା ଲୁଟି ନେଲେ ୧୦ ଲକ୍ଷ ଟଙ୍କା । ସୂଚନା ଅନୁସାରେ ଗାନ୍ଧୀ ମାର୍ଗର…