ଅପରାଧ ହାଇୱା ଗାଡିକୁ ଏକ ଲକ୍ଷ ଟଙ୍କା ଜୋରିମାନା Angul OnlineSeptember 17, 2021September 17, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଗୋଡିବନ୍ଧ ଅଞ୍ଚଳରେ ଏକ ହାଇୱା ଗାଡିକୁ ଏକ ଲକ୍ଷ ଟଙ୍କା ଜୋରିମନା କରା ଯାଇଛି । ସୂଚନା ଅନୁସାରେ ଏହି ହାଇୱା ଗାଡିଟି ବେଆଇନ ଭାବେ ଲଘୁ ଖଣିଜ ପରିବହନ କରି ନେଉଥିବା ବେଳେ ତାଳଚେର ତହସିଲଦାର ଓ ପୁଲିସ ମିଳିତ ଚଢାଉ କରିଥିଲେ । ଆଉ ଏହି ବେଆଇନ ପରିବହନ କରୁଥିବା ଯୋଗୁଁ ଗାଡି ମାଲିକଙ୍କୁ ରୋୟାଲଟି ଓ ଫାଇନ ଆକାରରେ ୧ ଲକ୍ଷ ଟଙ୍କା ଦେବାକୁ ନିର୍ଦେଶ କରା ଯାଇଛି । ଏହା ସହ ଗାଡିକୁ ଗୋଡିବନ୍ଧ ଫାଣ୍ଡିରେ ଜବତ କରି ରଖାଯାଇଥିବା ଜଣା ପଡିଛି । Advertisement
ଭୁଜାଲି ଆକ୍ରମଣରେ ଦୁର୍ଦାନ୍ତ ଅପରାଧୀ ଟିକନ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବେନ୍ତପୁର ଗାଁରେ ଭୁଜାଲି ଆକ୍ରମଣରେ ଦୁର୍ଦାନ୍ତ ଅପରାଧୀ ଟିକନର ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ତାକୁ କେହି ଆକ୍ରମଣ କରିଥିବା…
ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ – ତିନି ଗିରଫ ଅନୁଗୁଳ – ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ତିନି ଜଣ ଗିରଫ । ଅନୁଗୁଳ ଗୋପବନ୍ଧୁ ଉଦ୍ୟାନ ଅଞ୍ଚଳରୁ ୨ ଜଣ ଯୁବତୀଙ୍କୁ କାରରେ ବସାଇ ନେଇ…
ଛୁରା ମାଡରେ ବାପା ମୃତ – ମା ଏବଂ ପୁଅ ଗୁରୁତର ଅନୁଗୁଳ – ହୋଲିରେ ରକ୍ତ ରଞ୍ଜିତ ହେଲା ଢେଙ୍କାନାଳ ଜିଲ୍ଲା ସରାଙ୍ଗ ଗାଁ । ସାମାନ୍ୟ ବଚସାରୁ ସଙ୍ଗବଦ୍ଧ ଆକ୍ରମଣ କରିବା ସହ ଛୁରା ମାଡ ବୋଇଥିବା…